ପଶ୍ଚିମବଙ୍ଗରୁ ଆଳୁ ଆସିଲାଣି, କେହି ଖାଉଟି ଆତଙ୍କିତ ହୁଅନ୍ତୁ ନାହିଁ, ଖୁବ୍ ଶୀଘ୍ର ସମସ୍ୟା ଦୂର ହେବ: କୃଷ୍ଣଚନ୍ଦ୍ର ପାତ୍ର
ରାଜ୍ୟରେ ପୁଣି ବେଲଗାମ ହେଲା ଆଳୁ ଦର । ଆଜି କଟକ ଛତ୍ରବଜାରରେ ଆଳୁ କେଜି ୬୦ ଟଙ୍କା । ଆଳୁ ଗାଡ଼ି ଆସୁନଥିବାରୁ ଦର ବଢ଼ିଥିବା କହିଲେ ବ୍ୟବସାୟୀ । ଦିନେ ଦୁଇ ଦିନ ମଧ୍ୟରେ ସମସ୍ୟା ସମାଧାନ ହେବ କହିଲେ ମନ୍ତ୍ରୀ । ଆତଙ୍କିତ ନହେବାକୁ ଖାଉଟିଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଆଳୁ ଦର ବେଲଗାମ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଉ ଦିନେ ଦୁଇଦିନରେ ସମସ୍ୟା ହଟିବ, ପଶ୍ଚିମବଙ୍ଗରୁ ଆଳୁ ଆସିଲାଣି । କେହି ଖାଉଟି ଆତଙ୍କିତ ହୁଅନ୍ତୁ ନାହିଁ, ଖୁବ୍ ଶୀଘ୍ର ସମସ୍ୟା ଦୂର ହେବ । ବ୍ୟବସାୟୀମାନେ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଛନ୍ତି ।

ବେଲଗାମ ଆଳୁ ଦର। ବ୍ରହ୍ମପୁରରେ ଆଳୁ ଦର ଉଚ୍ଚା ରହିଛି। କମାପଲ୍ଲୀ ମାର୍କେଟ କେଜି ପ୍ରତି ୪୫ରୁ ୫୦ଟଙ୍କାରେ ବିକ୍ରି ହେଉଛି।ମୁଣ୍ଡବିନ୍ଧାର କାରଣ ପାଲଟିଛି ଆଳୁ। ସରକାରଙ୍କ ସବୁ ଚେଷ୍ଟା ପରେ ବି ଦର ନିୟନ୍ତ୍ରଣକୁ ଆସୁନି। କଟକ ଛଚ୍ର ବଜାରରେ ଆଳୁ ଦର ୭୦ଟଙ୍କା ରହିଛି।
କନ୍ଦାଇଲାଣି ଆଳୁ। ଲଗାତାର କିଛି ଦିନ ଧରି ରାଜ୍ୟରେ ଆଳୁ ସଂକଟ ଦେଖାଦେଇଛି। ତେବେ ଦିନେ ଦୁଇଦିନରେ ପରିସ୍ଥିତି ସ୍ୱାଭାବିକ ହୋଇଯିବ କହିଲେ ଓଡ଼ିଶା ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା।












Click it and Unblock the Notifications