ଆଳୁ ଟେନସନ୍ ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଜ୍ୟରେ ହାହାକାର ସୃଷ୍ଟି କରିଛି ଆଳୁ । କାରଣ ଏବେ ଓଡ଼ିଶାରେ ଆଳୁର ଅଭାବ ପଡ଼ିଛି । ଯାହା ପାଇଁ କିଲୋ ପିଛା ୫୦ ରୁ ୬୦ ଟଙ୍କା ହୋଇଛି । ଯାହା କି ଗୋଟାଏ ସାଧାରଣ ଲୋକର ଚିନ୍ତା ବଢ଼ାଇଛି । ଏହା ପାଇଁ ରାଜ୍ୟ ସରକାର ବି ତତ୍ପରତା ପ୍ରକାଶ କରିଛନ୍ତି । ଖୋଦ୍ ଯୋଗାଣ ମନ୍ତ୍ରୀ ଏଥି ପ୍ରତି ଧ୍ୟାନ ଦେଇଛନ୍ତି ।

ଏହାରି ଭିତରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ପହଞ୍ଚି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି।
ମମତାଙ୍କୁ ସାକ୍ଷାତ କରି ଆଳୁ ଯୋଗାଣ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି ମୋହନ ମାଝି।
ଉଭୟ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀରେ ଅଛନ୍ତି।
ଆଲୋଚନାରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଆଳୁ ସମସ୍ୟା ନେଇ ମମତାଙ୍କୁ ଅଗବତ କରାଇଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦରଦାମ ଅହେତୁକ ବୃଦ୍ଧି ପାଉଛି। ଏହାଦ୍ବାରା ରାଜ୍ୟର ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ସେ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଛନ୍ତି।












Click it and Unblock the Notifications