ଓଡ଼ିଶାରେ ସ୍ୱାଭାବିକ ହେବ ଆଳୁ ଦର: ବ୍ୟବସାୟୀଙ୍କ ଜିଦ୍ ଆଗରେ ମଥା ନଇଁଲେ ଦିଦି

ଓଡ଼ିଶାରେ ସ୍ୱାଭାବିକ ହେବ ଆଳୁ ଦର । ଆଳୁ ପଠାଇବା ପାଇଁ ରାଜି ହୋଇଛି ପଶ୍ଚିମବଙ୍ଗ । ଗତକାଲି ପଶ୍ଚିମବଙ୍ଗର ସଚିବାଳୟ 'ନବାନ୍ନ'ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି ମମତା ସରକାର। ସପ୍ତାହକ ମଧ୍ୟରେ ପଡ଼ୋଶୀ ରାଜ୍ୟକୁ ୨ ଲକ୍ଷ ଟନ୍ ପର୍ଯ୍ୟନ୍ତ ଆଳୁ ରପ୍ତାନୀକୁ ମଞ୍ଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଅନ୍ୟ ରାଜ୍ୟକୁ ଆଳୁ ପଠାଇବାକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସଂଘ ଦେଇଥିବା ଧର୍ମଘଟ ଡାକରା ଯୋଗୁଁ ସେଠାରେ ଆଳୁ ଦର ଉଚ୍ଚ ହୋଇଛି । ଏଥିପାଇଁ ମମତା ବାନାର୍ଜୀ ବାଧ୍ୟ ହୋଇ ବ୍ୟବସାୟୀଙ୍କ ଦାବିକୁ ସ୍ଵୀକାର କରିଛନ୍ତି। ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଆଳୁ ପଠାଇବାକୁ ପଶ୍ଚିମବଙ୍ଗ ସରକାର ଅନୁମତି ଦେଇଛନ୍ତି ।

Potato prices

ସରକାରଙ୍କ ନିଷ୍ପତି ଦ୍ୱାରା ବ୍ୟବସାୟୀ ମାନେ ଘାଟାରେ ପଡ଼ିଥିବା ଦାବି କରିଥିଲେ। ଏହାପରେ ଗତକାଲି ନବାନ୍ନରେ ବୈଠକ ବସିଥିଲା। ଆଳୁ ରପ୍ତାନୀ ଉପରେ କଟକଣା ଲଗାଯାଇଥିବାରୁ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଟ୍ରକକୁ ସୀମାରେ ଅଟକାଯାଉଛି। ତେଣୁ ଆଳୁ ପାଇଁ ପଡୋଶୀ ଉପରେ ନିର୍ଭର କରୁଥିବା ଓଡ଼ିଶାରେ ଆଳୁ ଦର ହୁ ହୁ ହୋଇ ବଢିଛି। ସର୍ବାଧିକ ୬୦ ଟଙ୍କା ଯାଏଁ ରାଜ୍ୟରେ କିଲୋ ପିଛା ଆଳୁ ଦର ଯାଇଛି। ଏବେ ଏହା ୪୦ ଟଙ୍କାରେ ରହିଛି। କିନ୍ତୁ ସ୍ୱାଭାବିକ ଭାବେ କିଲୋ ପିଛା ଆଳୁ ଦର ୨୦ ଟଙ୍କା ମଧ୍ୟରେ ରହିଥାଏ। ଇତି ମଧ୍ୟରେ ୟୁପିରୁ ଆଳୁ ଆଣିବାକୁ ଓଡ଼ିଶା ସରକାର ନିଷ୍ପତି ନେଇଛନ୍ତି। ଯାହା ଟ୍ରେନ ଯୋଗେ ଆସିବ। ହେଲେ ପଶ୍ଚିମବଙ୍ଗର ଆଳୁ ସହ ଓଡ଼ିଶା ଲୋକେ ଅଭ୍ୟସ୍ତ ଥିବାରୁ ୟୁପି ଆଳୁ ଲୋକଙ୍କ ଚାହିଦା ପୂରଣ କରିପାରୁନଥିଲା ।

ବଙ୍ଗଳା ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟକୁ ଆଳୁ ପଠାଇବାକୁ ଅନୁମତି ଦେବା ପରେ ଓଡିଶାର ଖାଉଟିମାନେ ଆଶ୍ୱସ୍ତ ହୋଇଛନ୍ତି। ଆଜି ପଶ୍ଚିମବଙ୍ଗରୁ ଅଧିକ ଗାଡି ଲୋଡ ହୋଇ ରାଜ୍ୟକୁ ଆଣିବାକୁ ଓଡିଶା ବ୍ୟବସାୟୀମାନେ ପ୍ରସ୍ତୁତ ହେଉଛନ୍ତି। ସେଠାରୁ ଆଳୁ ପରିବହନ ସ୍ୱାଭାବିକ ହେଲେ ରାଜ୍ୟରେ ଆଳୁ ଦର କମିବା ସହ ଭଲ ମାନର ଆଳୁ ମିଳିବ ବୋଲି ବ୍ୟବସାୟୀ ସଂଘ କହିଛି। ଯଦି ମମତା ଦିଦିଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୁଏ ତେବେ ବଙ୍ଗଳାକୁ ଅଧିକ ଆଳୁ ଆସିଲେ ଓଡିଶାରେ ଲାଗିରହିଥିବା ଆଳୁ ସମସ୍ୟା ଦୂର ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+