ରାଜ୍ୟରେ ଆଳୁ ଅଭାବ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଚିଠି ଲେଖିଲେ ନବୀନ
Naveen Letter to Mamata: ଆଳୁ ଅଭାବ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଚିଠି ଲେଖିଲେ ନବୀନ । ଆଳୁ ଯୋଗାଣ ସ୍ୱାଭାବିକ କରିବାକୁ ମମତାଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ । ଏନେଇ ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି ବୋଲି ଚିଠିରେ ଦର୍ଶାଇଲେ । ଆଳୁ ଅତ୍ୟାବଶ୍ୟକ ଜିନିଷ ହୋଇଥିବାରୁ ଅଭାବରୁ କୃତ୍ରିମ ଦର ବଢ଼ିଛି । ଅତୀତରେ ଆପଣଙ୍କ ମହତ କାର୍ଯ୍ୟ ଉପକୃତ କରିଛି, ହସ୍ତକ୍ଷେପ କରନ୍ତୁ ବୋଲି ଚିଠିରେ ଲେଖିଲି ନବୀନ ।
ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ଆଳୁ ଦର । ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନ ଥିବାରୁ ଦର ବଢୁଥିବା କହୁଛନ୍ତି ବ୍ୟବସାୟୀ। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାବର୍ତ୍ତୀ ୪ଟି ରାସ୍ତାରେ ଶତାଧିକ ଆଳୁ ବୋଝେଇ ଟ୍ରକ ଅଟକି ରହିଛି । କେତେ ଟ୍ରକ ବି ଫେରିଗଲାଣି ।
ବ୍ରହ୍ମପୁର ବଡ଼ବଜାର ଗୋଦାମରେ ଆଳୁ ବସ୍ତା ଆସିନି, ସମାନ ସ୍ଥିତି କଟକ ଛତ୍ରବଜାରରେ ମଧ୍ୟ। ସମ୍ବଲପୁର ଓ ବାଲେଶ୍ବର ବଜାରରେ ଆଳୁ ଦର ଚଢ଼ା ହେଲାଣି। ଯେଉଁଠି ଲୋକେ କିଲେ, ଦିକିଲୋ ନେଉଥିଲେ ଏବେ ଅଧା କିଲୋ ନେଉଛନ୍ତି।

ଏସବୁକୁ ଓଡ଼ିଶାକୁ ଯିବାକୁ ଦିଆଯାଉନି। ପଶ୍ଚିମବଙ୍ଗ ପଟେ ହିଁ ପଡ଼ୋଶୀ ରାଜ୍ୟ ପୋଲିସ୍ ଅଟକାଇଛି। ଯାହାର ସିଧା ପ୍ରଭାବ ଓଡ଼ିଶା ମାର୍କେଟ ଉପରେ ପଡ଼ିଛି। ଗତକାଲି ରାତିରେ କେବଳ ବାଛି ବାଛି ଆଳୁ ଟ୍ରକକୁ ପଶ୍ଚିମବଙ୍ଗ ପଟେ ଅଟକା ଯାଇଛି।
ଫଳରେ ରାସ୍ତା ଜାମ୍ ହୋଇ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଟ୍ରକ୍ଗୁଡିକୁ ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଅଟକାଇ ରଖିଥିବା ସୂଚନା ମିଳିଛି। ଏପରିକି ଓଡ଼ିଶାକୁ ପ୍ରବେଶ ଅନୁମତି ନ ଥିବାର ଟ୍ରକଗୁଡିକ ଆସିପାରୁ ନାହିଁ।
ଅନ୍ୟପଟେ ଆଜି ବିଧାନସଭାରେ ଉଠିଛି ଆଳୁ ପ୍ରସଙ୍ଗ। ଆଜି ଶୂନ୍ୟକାଳରେ ଗୃହରେ ଆଳୁ ଦର ବଢ଼ିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବାଲେଶ୍ବର ବିଧାୟକ ମାନସ ଦତ୍ତ। ଚାରିଦିନ ହେଲା ଓଡ଼ିଶାକୁ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନି। ପଶ୍ଚିମବଙ୍ଗରେ ଦାଦାଗିରି ପାଇଁ ଏଭଳି ସ୍ଥିତି ଉପୁଜିଥିବା ମାନସ ଦତ୍ତ ଗୃହରେ କହିଛନ୍ତି। ଯଦି, ଏଭଳି ପରିସ୍ଥିତି ଲାଗି ରହେ ତାହେଲେ ପଶ୍ଚିମବଙ୍ଗକୁ ଯାଉଥିବା ସମସ୍ତ ଓଡ଼ିଶା ସାମଗ୍ରୀ ବନ୍ଦ କରାଯାଉ ବୋଲି ସେ ଦୋହରାଇଛନ୍ତି। ଏ ନେଇ ସରକାର କିଛି ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି।ତେବେ ଆଳୁର ଏ ଅହେତୁକ ଦର ବୃଦ୍ଧି ପରେ ମନ୍ତ୍ରୀ ସ୍ଥିତି ଯାଞ୍ଚ କରିଛନ୍ତି । ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମକୁ ଯାଇ ଚଢ଼ାଉ କରିଛନ୍ତି। ଆଳୁ କେତେ ମହଜୁଦ ରହିଛି, କେତେ ଦର ରହିଛି ସେ ସବୁ ପରଖିଛନ୍ତି। ଏହାପରେ ମନ୍ତ୍ରୀ କହିଛନ୍ତି ଏବେ ରାଜ୍ୟରେ ଥିବା ଆଳୁ ସାତ ଦିନ ଯାଏଁ ଚାହିଦାକୁ ପୂରଣ କରିପାରିବ। ଆବଶ୍ୟକ ପଡ଼ିଲେ ଉତ୍ତରପ୍ରଦେଶରୁ ଆମଦାନୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ମମତା ସରକାର କାହିଁକି ଆଳୁ ଓଡ଼ିଶାକୁ ଛାଡୁନି ସେ ନେଇ କିଛି ସ୍ପଷ୍ଟ ହେଉନି । ତେବେ ଅନ୍ୟପକ୍ଷେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ବର ଆଳୁ ଗୋଦାମ ତଦାରଖ କରିଛନ୍ତି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ୭ଦିନ ପର୍ଯ୍ୟନ୍ତ ଆଳୁ ଗଚ୍ଛିତ ହୋଇ ରହିଛି । ଏବେ ଆଳୁ ୨୦ରୁ ୨୨ ଟଙ୍କାରେ କିଣାଯାଉଛି। ବ୍ୟବସାୟୀ ୫ରୁ ୭ଟଙ୍କା ଲାଭ ରଖି ବିକିବା କଥା।
ହେଲେ ୪୫ରୁ ୫୦ ଟଙ୍କାରେ କାହିଁକି ବିକ୍ରି ହେଉଛି ତାହା ସମୀକ୍ଷା କରାଯାଉଛି। ଶୀତଳଭଣ୍ଡାରରେ ଆଳୁ ରଖି କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।












Click it and Unblock the Notifications