ଆଗାମୀ ଦିନରେ ଆଳୁ ମିଶନ ସଫଳ ହେବ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଗାମୀ ଦିନରେ ଆଳୁ ମିଶନ ସଫଳ ହେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ । ଓୟୁଏଟି ଉତ୍ସବରେ ଆଳୁ ମିଶନ ସଫଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ । ବିଗତ ଦିନରେ ଫେଲ୍ ହୋଇଥିବା ମିଶନ ଆଗାମୀ ଦିନରେ ସଫଳ ହେବ'। ଆଳୁ ମିଶନ, ପିଆଜ ମିଶନ ଆଦି ସଫଳ କରିବାକୁ ବୈଜ୍ଞାନିକଙ୍କୁ ଆହ୍ବାନ' । ମିଶନ ସଫଳ ହେଲେ ଅନ୍ୟ ରାଜ୍ୟର ଚାପ ଆଉ ରହିବନି ବୋଲି କହିଲେ ମୋହନ । ଆଗାମୀ ଦିନରେ ଆଳୁର ଅଭାବ କି ଅଭାବୀ ବିକ୍ରି ସମସ୍ୟା ରହିବନି ।

Mohan Majhi

ଆଳୁ ଦାମ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଓୟୁଏଟି ପ୍ରତିଷ୍ଠା ଦିବସରେ ଯୋଗ ଦେଇ ପୂର୍ବ ସରକାରଙ୍କ ଉପରେ ବର୍ଷିଛନ୍ତି ମୋହନ ।

ସେ କହିଛନ୍ତି, ପୂର୍ବ ସରକାରରେ କୃତ୍ରିମ ସମସ୍ୟା ତିଆରି କରାଯାଇଥିଲା। ଆଳୁ ମିଶନକୁ ନିଜ ସରକାରକୁ ବଞ୍ଚାଇବାକୁ କରିଥିଲେ। ଚାଷୀ ବଞ୍ଚାଇବା କାର୍ଯ୍ୟକ୍ରମ ପୂର୍ବ ସରକାର କରି ନ ଥିଲେ । ଏବେ ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆଳୁ ଆସିଛି। ଆଉ ଏବେ ଆଳୁ ସମସ୍ୟା ସମାଧାନ ହୋଇଛି ।

ଭଲ କିସମର ଆଳୁ ଗବେଷଣା କରିବାକୁ OUATକୁ ମୁଖ୍ୟମନ୍ତ୍ରୀ ଆହ୍ବନ କରିଛନ୍ତି। ପିପିପି ମୋଡରେ ଶୀତଳ ଭଣ୍ଡାର କରାଯିବ ବୋଲି ମୋହନ ମାଝି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+