ଆଳୁ ପ୍ରସଙ୍ଗ; ୨୪ ବର୍ଷ ରହିଲେ କିଛି କଲେନି, ଏମିତି କହି ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ମନ୍ତ୍ରୀ

ଆଳୁ ଚାଷ ଉପରେ ଗୁରୁତ୍ବ ଦିଆଯାଉଛି । ରବିବାର କୃଷି ମନ୍ତ୍ରୀଙ୍କ ସହ ଏହି ବିଷୟରେ ଆଲୋଚନା ହୋଇଛି । ଚଳିତ ବର୍ଷ ୬ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଆଳୁ ଉତ୍ପାଦନ ହେବ । ପ୍ରତିବର୍ଷ ୩ ଲକ୍ଷ ମେଟ୍ରିକ ଟନ୍‌ ଉତ୍ପାଦନ ହୁଏ । କିନ୍ତୁ ୧୪ ଲକ୍ଷ ମେଟ୍ରିକ ଟନ୍‌ର ଆବଶ୍ୟକତା ରହିଛି ଯାହା ପୂରଣ ପାଇଁ ୧୧ ଲକ୍ଷ ମେଟ୍ରିକ ଟନ୍‌ ଅନ୍ୟ ରାଜ୍ୟରୁ ଆମଦାନୀ ହୋଇଥାଏ ।

krushna patra

ଏଥରକ କୃଷିମନ୍ତ୍ରୀ କହିଛନ୍ତି ୬ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଆଳୁ ଚାଷ ହେବ । ଆଗକୁ ଆହୁରି ଅଧିକ ଯୋଜନା କରାଯିବ । ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ ହେବ ଓଡ଼ିଶା । ଆଗାମୀ ଦିନରେ ଆଳୁର ଅଭାବ ରହିବନି ବୋଲି ଆଶ୍ବାସନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସେପଟେ ଆଳୁ ଦର ବୃଦ୍ଧି ପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ଯୋଗାଣ ମନ୍ତ୍ରୀ । ଆଳୁ ଦର ବୃଦ୍ଧି ଏବେ ହୋଇନି । ୨୪ ବର୍ଷ ଭିତରେ ଏମାନେ କିଛି କଲେନି । ନକରିବା କାରଣରୁ ଏହି ଫଳ ସମସ୍ତେ ଭୋଗୁଛନ୍ତି । ପୂର୍ବ ସରକାର କେବଳ କଥା କହିବାକୁ ଥିଲେ । କାମ କିଛି ନଥିଲା ।

ଆଳୁ,ପିଆଜ ଓ ପଣସ ମିଶନ ଫେଲ୍‌ ହେବା ପରେ ଲୋକମାନେ ତାଙ୍କୁ ଫେଲ୍‌ କରିଦେଲେ । ୨୦୨୪ ନିର୍ବାଚନରେ ଫେଲ୍‌ ହୋଇ ଘରେ ବସିଛନ୍ତି । ତା ପରେବି ଡେଉଁଛନ୍ତି । ସେମାନେ ଭାବୁଛନ୍ତି କଣ ଗୋଟିଏ କରିସ୍ମା ହୋଇଯିବ ଆଉ ନବୀନ ମୁଖ୍ୟମନ୍ତ୍ରୀ ହୋଇଯିବେ । ସେ ସ୍ବପ୍ନ ତାଙ୍କର ସ୍ବପ୍ନରେ ରହିଯିବ । ବିଜେଡି ଆଉ ୨୫ ବର୍ଷ ଯାଏ ସରକାରକୁ ଆସିବାର ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+