ପିଛା ଛାଡୁନି ଆଳୁ ସଙ୍କଟ; ଯେତିକି ଆଳୁ ଅଛି ଆଉ ଯିବ ୩ ଦିନ
ରାଜ୍ୟରେ ପୁଣି ଦେଖା ଦେଇପାରେ ଆଳୁ ସଂକଟ । ବର୍ତ୍ତମାନ ଗଚ୍ଛିତ ଥିବା ଆଳୁ ଆଗାମୀ ୩ ଦିନ ମଧ୍ୟରେ ସରିଯିବ ।ଏନେଇ ସୂଚନା ଦେଲା ରାଜ୍ୟ ବ୍ୟବସାୟୀ ମହାସଂଘ । ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ ଏ ବାବଦରେ ସୂଚନା ଦେଇଛନ୍ତି ।

ପ.ବଙ୍ଗ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର ମାଲିକ ଧର୍ମଘଟ ଧମକ ଦେଇଛନ୍ତି । କାଲି ସୁଦ୍ଧା ସମାଧାନ ନ ହେଲେ ଆଳୁ ଆସିବା ବନ୍ଦ ହୋଇଯିବ ।
ଅନ୍ୟପଟେ ଗତକାଲି ମନ୍ତ୍ରୀ କହିଛନ୍ତି, ରାଜ୍ୟରୁ ଖୁବଶୀଘ୍ର ଦୂର ହେବ ଆଳୁ ସଂକଟ। ଉତ୍ତରପ୍ରଦେଶରୁ ଟ୍ରେନ୍ ଯୋଗେ ଓଡ଼ିଶା ଆସିବ ଆଳୁ । ଏନେଇ ସୂଚନା ଦେଇଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ରାଜ୍ୟ ସରକାର ଏ ପଦକ୍ଷେପ ନେଇଥିବା ସେ କହିଛନ୍ତି । ୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ । ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଯୋଗାଯୋଗ ଚାଲିଥିବା ସେ କହିଥିଲେ ।ସୂଚନା ଅନୁସାରେ ପ୍ରାୟ ତିନି ସପ୍ତାହ ବିତିଲା ପରେ ମଧ୍ୟ ରାଜ୍ୟରୁ ସଂପୂର୍ଣ୍ଣ ଦୂର ହେଉନି ଆଳୁ ସଙ୍କଟ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣରେ ଆସିପାରୁନି କି ପଶ୍ଚିମବଙ୍ଗରୁ ଆମଦାନୀ ସ୍ବାଭାବିକ ହୋଇନି । ଏପରି ସ୍ଥିତିରେ ବେଙ୍ଗଲରୁ ଲୁଚାଛପାରେ ଆସୁଥିବା ଆଳୁଗାଡ଼ି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଗଳାବାଟରେ ସିସିଟିଭି ଲଗାଇଛନ୍ତି ସେଠାକାର ସରକାର ।












Click it and Unblock the Notifications