ଲକଡାଉନ ଆରମ୍ଭରୁ ବଢିଲା ଆଳୁ ପିଆଜ ଦର
ଲକଡାଉନରେ ଖାଦ୍ୟ ସାମଗ୍ରୀର ଅଭାବ ଅନୁମାନ କରି ଆବଶ୍ୟକଠାରୁ ଅଧିକ ଜିନିଷ କିଣିବାରେ ଲାଗିଛନ୍ତି ଲୋକେ । ଯାହା ପାଇଁ ଆଜି ମାର୍କେଟରେ ଆଳୁ ଓ ପିଆଜ ଦର ଅଧିକ ରହିଥିବା ବ୍ୟବସାୟୀ କହିଛନ୍ତି ।
କଟକ: କରୋନାକୁ ଚେକ୍ ଦେବାକୁ ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ୧୪ ଦିନିଆ ଲକଡ଼ାଉନ । ସକାଳ ୬ରୁ ଦିନ ୧୨ ଟା ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିଛି । ତେବେ ଲକଡାଉନରେ ଖାଦ୍ୟ ସାମଗ୍ରୀର ଅଭାବ ଅନୁମାନ କରି ଆବଶ୍ୟକଠାରୁ ଅଧିକ ଜିନିଷ କିଣିବାରେ ଲାଗିଛନ୍ତି ଲୋକେ । ଯାହା ପାଇଁ ଆଜି ମାର୍କେଟରେ ଆଳୁ ଓ ପିଆଜ ଦର ଅଧିକ ରହିଥିବା ବ୍ୟବସାୟୀ କହିଛନ୍ତି ।

ରାଜ୍ୟର ସମସ୍ତ ସ୍ଥାନରେ ଆଳୁ ଓ ପିଆଜ ଦର ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି । କଟକ ଛତ୍ରବଜାରରେ ଆଜି ଆଳୁ, ପିଆଜ ଦର ଏବେ ଆକାଶ ଛୁଆଁ। ଗତକାଲି ଠାରୁ ଆଜି ପିଆଜ ଦର ଏକ କୁଇଣ୍ଟାଲ ପ୍ରତି ୨୦୦ ବୃଦ୍ଧି ପାଇଥିବା ବେଳେ ଆଜି ଆହୁରି ୪୦୦ ଟଙ୍କା ଵୃଦ୍ଧି ଘଟି ୬୦୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଆଳୁ କୁଇଣ୍ଟାଲ ପ୍ରତି ୪୦୦ ରୁ୪୫୦ ଟଙ୍କା ବୃଦ୍ଧି ଘଟିଛି।
ସେପଟେ ସିଧାସଳଖ ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡ଼ିଛି। ଦେଖିବାକୁ ଗଲେ ଜିଲ୍ଲା ପ୍ରଶାସନ ଏହା ଉପରେ କୌଣସି ନଜର ରଖୁନଥିବାରୁ। କଟକରେ ଆଳୁ ପିଆଜ କଳା ବଜାର ହେଉଥିବା ଅଭିଯୋଗ ହେଉଛି। କିନ୍ତୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟୁଇଟ କରି କହିଛନ୍ତି ଯେ ୩୦ ଟି ଜିଲ୍ଲାରେ ଏବେ ସ୍କ୍ୱାଡ ଗଠନ କରାଯାଇଛି କଳା ବଜାରୀକୁ ରୋକିବା ପାଇଁ।












Click it and Unblock the Notifications