ଆସିଲା ପୋଷ୍ଟମର୍ଟମ ରିପୋର୍ଟ :ଆତ୍ମହତ୍ୟା କରିଛନ୍ତି ,ପୋଡିଯିବାରୁ ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ପୋଡିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସ୍ପି ସିଦ୍ଧାର୍ଥ କାଟରିଆ । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ବୋଲି ଏସପି କହିଛନ୍ତି ।
ତେବେ ଛାତ୍ରୀଙ୍କୁ କେହି ହତ୍ୟା କରି ନାହିଁ ବରଂ ସେ ପେଟ୍ରୋଲ ଢାଳି ହୋଇ ଆତ୍ମାହୁତି ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l ଛାତ୍ରୀଙ୍କ ଶରୀରର ୯୫ ପ୍ରତିଶତ ପୋଡିଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି l କେନ୍ଦ୍ରାପଡା ଏସ୍ପି ସିଦ୍ଧାର୍ଥ କଟାରିଆ ଏକ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି l

ତେବେ ମିଳିଥିବା ରିପୋର୍ଟ ଅନୁଯାୟୀ ସକାଳ ସାଢେ ୮ରୁ ସାଢ଼େ ୧୧ଟା ମଧ୍ୟରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି l ଯୁବତୀଙ୍କ ବାପା-ମା' ଘଟଣା ଦିନ ସକାଳ ୭ଟା ୪୦ମିନିଟ୍ରୁ ସାଢେ ୧୧ଟା ପର୍ଯ୍ୟନ୍ତ କାମରେ ଯାଇଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି l ଏହି ଘଟଣାରେ ଛାତ୍ରୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କରି ପୂର୍ବରୁ କୋର୍ଟ ଚାଲାଣ କରିଛି ପୋଲିସ l ତେବେ ଏଇଠି ତଦନ୍ତ ସରି ଯାଇନାହିଁ ବରଂ ତଦନ୍ତ ଜାରି ରହିଥିବା କେନ୍ଦ୍ରାପଡା ଏସ୍ପି ସୂଚନା ଦେଇଛନ୍ତି l












Click it and Unblock the Notifications