Get Updates
Get notified of breaking news, exclusive insights, and must-see stories!

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଗିରଫ ଦାବିରେ ସହର ସାରା ଲାଗିଛି ପୋଷ୍ଟର

ମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ସଞ୍ଜୀବ ମିତଲଙ୍କ ଗିରଫ ଦାବି । ସମ୍ବଲପୁର ଓ ବୁର୍ଲାର ବିଭିନ୍ନ ସ୍ଥାନରେ ଭିସିଙ୍କୁ ବିରୋଧ କରି ବିଭିନ୍ନ କାନ୍ଥରେ ପୋଷ୍ଟର ମରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫ୍ଲାଇଓଭର ପିଲରରେ ମଧ୍ୟ ଏହି ପୋଷ୍ଟର ଲଗାଯାଇଥିବା

ବୁର୍ଲା: ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ସଞ୍ଜୀବ ମିତଲଙ୍କ ଗିରଫ ଦାବି । ସମ୍ବଲପୁର ଓ ବୁର୍ଲାର ବିଭିନ୍ନ ସ୍ଥାନରେ ଭିସିଙ୍କୁ ବିରୋଧ କରି ବିଭିନ୍ନ କାନ୍ଥରେ ପୋଷ୍ଟର ମରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫ୍ଲାଇଓଭର ପିଲରରେ ମଧ୍ୟ ଏହି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ତାଙ୍କର ଗିରଫ ଦାବି ହୋଇଛି ।

Sambalpur University VC

ଗତକାଲି ରାତିରେ ଏହି ପୋଷ୍ଟର ଲଗାଯାଇଥିବା ସନ୍ଦେହ କରାଯାଉଛି। ତେବେ ପ୍ରଶ୍ନପତ୍ର ଲିକ୍ ଓ କିରାଣି ଦୀନବନ୍ଧୁ ମିଶ୍ର ଆତ୍ମାହୁତି ଘଟଣାକୁ ନେଇ ୟୁନିଭରସିଟି ଚର୍ଚ୍ଚାରେ ଥିବା ବେଳେ କେଉଁ ଘଟଣାକୁ ନେଇ ଏହି ପୋଷ୍ଟର ଲଗାଯାଇଛି ତାହା ଜଣାପଡ଼ିନି। ବିଶ୍ୱବିଦ୍ୟାଳୟ ପରିସରରୁ ବେଆଇନ ଗଛ କଟା ଓ ଲାଇବ୍ରେରୀ ପୋଡିକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା ।

ତେବେ, ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ପ୍ରକଳ୍ପର ଟଙ୍କା ହେରଫେର କରିବା ତାଙ୍କ ପାଇଁ ବେଶୀ ସମସ୍ୟା ସୃଷ୍ଟି କରିଥିଲା । ଏହି ପ୍ରକଳ୍ପରେ ଥିବା ଟଂକାକୁ ସେ ନିକଟ ସଂପର୍କୀୟଙ୍କ ପାଖକୁ ଦୁଇଟି ପର୍ଯ୍ୟାୟରେ ପଠାଇଥିଲେ । ବିବାଦ ବଢିବା ପରେ ୨୯ ଲକ୍ଷ ଟଙ୍କା ପୁଣି ବିଶ୍ୱବିଦ୍ୟାଳୟ ଆକାଉଣ୍ଟକୁ ଫେରାଇବା ଘଟଣାର ତାଙ୍କ ପାଇଁ ବେଶୀ ଅପମାନଜନକ ସ୍ଥିତି ସୃଷ୍ଟି କରିଥିଲା । ଏଭଳି ସ୍ଥିତିରେ ଗତକାଲି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ କେତେକ ଜାଗାରେ ପୋଷ୍ଟର ଲଗାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+