Get Updates
Get notified of breaking news, exclusive insights, and must-see stories!

ଟିକାକରଣରେ ପୋଷ୍ଟର ରାଜନୀତି: ଟିକା କେନ୍ଦ୍ରରେ ମୋଦିଙ୍କ ଫଟୋ ନଥିବାରୁ ତାତିଲେ ବିଜେପି କର୍ମୀ

ଟିକା କେନ୍ଦ୍ରରେ ମୋଦିଙ୍କ ଫଟୋ ନଥିବାରୁ ତାତିଲେ ବିଜେପି କର୍ମୀ । ଏ ନେଇ ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ପ୍ରତିବାଦ କରିଛି ବିଜେପି ।

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ ମୋଡ଼ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେଉଛି ଟିକାକରଣ । ଉଭୟ ଅନଲାଇନ ଓ ଅଫ ଲାଇନରେ ପଂଜିକରଣ କରି ଟିକା ନେବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କିନ୍ତୁ ସେପଟେ ଟିକାକରଣକୁ ନେଇ ଜୋର ଧରିଛି ପୋଷ୍ଟର ରାଜନୀତି ।

Vaccination

ଟିକା କେନ୍ଦ୍ରରେ ମୋଦିଙ୍କ ଫଟୋ ନଥିବାରୁ ତାତିଲେ ବିଜେପି କର୍ମୀ । ଏ ନେଇ ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ପ୍ରତିବାଦ କରିଛି ବିଜେପି । ବାଲେଶ୍ୱର, ଜୟପୁର ଓ ରାୟଗଡ଼ାରେ ବିଜେପି ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି । ବାଲେଶ୍ୱରରେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ପୋଷ୍ଟର ନଥିବାରୁ ବିଜେପି କର୍ମୀ ହୋହାଲ୍ଲା କରିବା ସହ ବିରୋଧ କରିଥିଲେ ।

ଅନୁଗୁଳରେ ଟିକାକରଣ ପୋଷ୍ଟରକୁ ନେଇ ବିରୋଧ କରିଛନ୍ତି ବିଜେପି କର୍ମୀ । କୋଭିଡ ଟିକାକରଣ କେନ୍ଦ୍ରରେ ଲାଗିଥିବା ନବୀନଙ୍କ ବିଭିନ୍ନ ପୋଷ୍ଟର ଚିରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଯାଉ ବୋଲି ପାଟିତୁଣ୍ଡ କରିଥିଲେ । ଟିକାକରଣ କେନ୍ଦ୍ରରେ ପ୍ରାୟ ୧୫ ମିନିଟ୍ ଧରି ଏଭଳି ବିଶୃଙ୍ଖଳା ସୃଷ୍ଟିଥିଲେ । ତେବେ ପୋଲିସ ପହଞ୍ଚିବା ପୂର୍ବରୁ କିଛି କର୍ମୀ ସେଠାରୁ ଚାଲି ଯାଇଥିଲେ । ତେବେ ବିଜେପି କର୍ମୀଙ୍କ ଏଭଳି ବିଶୃଙ୍ଖଳା ଯୋଗୁଁ ବର୍ତମାନ ପାଇଁ ଟୀକାକରଣ ବନ୍ଦ କରାଯାଇଛି ।

ସେହିପରି ଜୟପୁରରେ ମଧ୍ୟ ଟିକାକରଣ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି । ଟିକାକରଣ ନେଇ ରାଜ୍ୟ ସରକାର ମାଇଲେଜ୍ ନେଉଥିବା ଅଭିଯୋଗ ଆଣି ସିଡିଏମଓଙ୍କୁ ଘେରାଉ କରିଛନ୍ତି ବିଜେପି କର୍ମୀ । ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଜୟପୁରରେ କୋରାପୁଟ ସିଡଏମଓଙ୍କୁ ଘେରିଛି ବିଜେପି । ଘଟଣାସ୍ଥଳରେ ଜୟପୁର ସଦର ପୁଲିସ ପହଞ୍ଚି ବୁଝାସୁଝା କରୁଛି। ରାୟଗଡ଼ାରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି ।

ରାୟଗଡ଼ା ୟୁଜିଏମ୍ଆଇଟିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିବାରୁ ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ଟିକା ମାଗଣାରେ ଦେଉଥିବା ବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ପ୍ରଶ୍ନ କରିଛି ବିଜେପି । ସେହିପରି ଅନୁଗୁଳରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ବିଜେପି କର୍ମୀ ମାନେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+