Get Updates
Get notified of breaking news, exclusive insights, and must-see stories!

Womens Day 2025: ପୋଷ୍ଟ ୱିମେନଙ୍କ ସଫଳତା କାହାଣୀ

Womens Day: ଖାକି ପୋଷାକ, କାନ୍ଧରେ ଚିଠି ଭର୍ତ୍ତି ବ୍ୟାଗ ଧରିଥିବା ଜଣେ ସାଧାରଣ ବ୍ୟକ୍ତି...! ପୋଷ୍ଟମ୍ୟାନ୍ ଭାବିଲେ ମନରେ ଜଣେ ପୁରୁଷଙ୍କ ଚେହେରା ସାମ୍ନାକୁ ଆସେ ହେଲେ ଆଜି ଆମେ ଜଣେ ଲେଡି ପୋଷ୍ଟମ୍ୟାନ୍ ବା ପୋଷ୍ଟଉମେନଙ୍କ ସଫଳତାର କାହାଣୀ ଆପଣଙ୍କୁ ଜଣାଇବୁ ।

ତେବେ ଏହି ଡିଜିଟାଲ୍ ଯୁଗରେ ଆଜି ଆମେ ଆପଣଙ୍କୁ ଏପରି ଜଣେ ପୋଷ୍ଟ ମହିଳାଙ୍କ ସହ ପରିଚିତ କରାଇବୁ ଯିଏ ଲୋକଙ୍କୁ ଭାବନାର ବାର୍ତ୍ତା ଦିଅନ୍ତି। ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଖୁଣ୍ଟି ଗାଁର ବାସିନ୍ଦା ବିଜୟ ଲକ୍ଷ୍ମୀ ପେଶାରେ ଜଣେ ପୋଷ୍ଟ ମହିଳା ଏବଂ ଘର ଘର ଲୋକଙ୍କୁ ଚିଠି ପହଞ୍ଚାନ୍ତି। ଏହି କାମ ୨୪ ବର୍ଷୀୟ ବିଜୟ ପାଇଁ ଏତେ ସହଜ ନଥିଲା । ଲୋକମାନେ କ'ଣ ଭାବିବେ ସେ ବିଷୟରେ ତାଙ୍କ ମନରେ ଭୟ ଥିଲା। ହେଲେ କିଛି କାମ କରିବାର ଆଶା ମଧ୍ୟ ମନରେ ଥିଲା ଅନେକ ସ୍ୱପ୍ନ ସେ ନିଜ ପାଇଁ ଦେଖିଥିଲେ ଏହା ସହ ସମାଜ ପାଇଁ କିଛି କରିବାର ଇଚ୍ଛା ।

Post Women s Success Stories

ବିଜୟ ଲକ୍ଷ୍ମୀ ଯିଏ ଶିକ୍ଷକ ହେବାକୁ ଚାହୁଁଥିଲେ, ସେ ଡାକ ବିଭାଗରେ ଏହି ପଦବୀ ପାଇଁ ଆବେଦନ କରିଥିଲେ ଏବଂ ୨୦୧୯ ମସିହାରେ ତାଙ୍କୁ ପୋଷ୍ଟ ଓମେନ୍ ପଦବୀ ପାଇଁ ମନୋନୀତ କରାଯାଇଥିଲା। ଯାହା ପରେ ସେ ଡାକ ବିଭାଗରେ କାମ କରିବା ଆରମ୍ଭ ଏହାରି ମଧ୍ୟ ପାଞ୍ଚ ବର୍ଷ ବିତିଗଲାଣି ବର୍ତ୍ତମାନ ସେ ନିଜ କାମକୁ ଉପଭୋଗ କରିବା ଆରମ୍ଭ କରିଛନ୍ତି ।

ବିଜୟ ଲକ୍ଷ୍ମୀ କୁହନ୍ତି, ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଗାଁରେ ପୋଷ୍ଟ ବଣ୍ଟନ କରିବାକୁ ଯାଇଥିଲି, ମୋ ମନରେ ଏକ ଭୟ ଥିଲା, ଲୋକମାନେ କ'ଣ ଭାବିବେ? ସେମାନଙ୍କର ପ୍ରତିକ୍ରିୟା କ'ଣ ରହିବ ? ସବୁ ପ୍ରଶ୍ନ ମୋତେ ମନ ଭିତରେ କଷ୍ଟ ଦେଉଥିଲା କିନ୍ତୁ ସମୟ ସହିତ ଏହା ଏବେ ସ୍ୱାଭାବିକ ହୋଇଯାଇଛି।

ବିଜୟ ସରକାରୀ ଚାକିରି କରିବାକୁ ଚାହୁଁଥିଲେ କିନ୍ତୁ ପାଠପଢ଼ା ସମୟରେ ତାଙ୍କ ବାପାଙ୍କ ହଠାତ୍ ମୃତ୍ୟୁ ତାଙ୍କ ଉପରେ ଘରର ଦାୟିତ୍ୱ ଲଦି ଦେଇଥିଲା। ବାପାଙ୍କ କିରାଣା ଦୋକାନ ବନ୍ଦ ହୋଇଯାଇଥିଲା । ସେ କୁହନ୍ତି, ମୋ ପାଠପଢ଼ା ସମୟରେ, ମୁଁ ସକାଳ ୬ଟାରୁ ପିଲାମାନଙ୍କୁ ଟ୍ୟୁସନ୍ ପଢ଼ାଉଥିଲି ଏବଂ ତା'ପରେ ମୁଁ କଲେଜ ଯାଉଥିଲି। ଏହା ସହିତ, ସେ ତାଙ୍କ ସାନ ଭାଇର ଶିକ୍ଷାର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିଥିଲେ।

ସେ କୁହନ୍ତି, ଆଜିକା ତାରିଖରେ ଚିଠି ଲେଖିବାର ସମୟ ଏବେ ସରିଯାଇଛି ଏବଂ ସେଗୁଡ଼ିକୁ ସରକାରୀ କାଗଜପତ୍ର ଦ୍ୱାରା ବଦଳାଯାଇଛି, ମୁଁ ମୋର କାମକୁ ପସନ୍ଦ କରେ ଏବଂ ମୁଁ ଏହାକୁ ପୂର୍ଣ୍ଣ ନିଷ୍ଠାର ସହିତ କରୁଛି । ପ୍ରତ୍ୟେକ ଋତୁରେ, ପ୍ରତ୍ୟେକ ପରିସ୍ଥିତିରେ କାମ ଜାରି କରେ । ବର୍ଷା, ଥଣ୍ତା ଏବଂ ଖରାରେ ମଧ୍ୟ ମୁଁ ନିଜ କାମ ଜାରି ରଖିବି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+