ସମ୍ଭାବ୍ୟ ଗ୍ରୀଷ୍ମଋତୁକାଳୀନ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ, ପ୍ରସ୍ତୁତି ଜାରି ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ସମ୍ଭାବ୍ୟ ଗ୍ରୀଷ୍ମଋତୁକାଳୀନ ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ହୋଇଛି । ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜାରି ରଖିବାକୁ ନିର୍ଦେଶ ଦିଆଯାଇଛି । ଜନସାଧାରଣଙ୍କୁ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

୨୦୧୯ ମସିହା ମେ ମାସରେ ଫନୀ ବାତ୍ୟା ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇ ଥିଲା । ପରବର୍ତ୍ତୀ ବିଭିନ୍ନ ବର୍ଷରେ ଗ୍ରୀଷ୍ମ ଋତୁରେ ଅମ୍ପାନ, ୟାସ, ଅସାନୀ ଭଳି ବାତ୍ୟା ସଂଗଠିତ ହୋଇଥିଲା । ତେଣୁ ଚଳିତ ବର୍ଷ ଗ୍ରୀଷ୍ଣକାଳୀନ ବାତ୍ୟା ସମ୍ଭାବନାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତିର ନିତାନ୍ତ ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖ୍ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷର ଅନୁଭୂତି ଓ ଅଭିଜ୍ଞତାକୁ ପାଥେୟ କରି ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖୁବା ନିମନ୍ତେ ବୈଠକରେ ସଂପୃକ୍ତ ବିଭିନ୍ନ ବିଭାଗ ଓ ସହଯୋଗୀ ସଂସ୍ଥାମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆବଶ୍ୟକ ନିର୍ଦେଶ ଏବଂ ପରାମର୍ଶ ଦେଇଛନ୍ତି ।

Summer Cyclone
ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ବାରା ଆହୂତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମଧ୍ଯରେ ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ଶ୍ରୀ ସତ୍ୟବ୍ରତ ସାହୁ, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡଙ୍ଗୀଙ୍କ ସହ ଶକ୍ତି ତଥା ଅର୍ଥ ବିଭାଗ, ପୂର୍ଭ ବିଭାଗ, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ପାଳନ ବିଭାଗ ସମେତ ଅଗ୍ନିଶମ, ଓଡ୍ରାଫ, ଏନଡିଆରଏଫ୍ ଆଦି ୧୮ ଟି ବିଭାଗ ଓ ସଂସ୍ଥାର ପ୍ରମୁଖ ଶାସନ ସଚିବ, ସଚିବ ଓ ଉଚ୍ଚ କର୍ତ୍ତୃପକ୍ଷ ମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ପ୍ରାରମ୍ଭରେ ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ବରର ନିର୍ଦ୍ଦେଶିକା ଡଃ. ମନୋରମା ମହାନ୍ତି ବିଭିନ୍ନ ଜିଲ୍ଲାରେ କ୍ରମାଗତ ଭାବେ ଜାରି ରହିଥ‌ିବା ଗ୍ରୀଷ୍ମ ପ୍ରବାହ ଏବଂ ଉପଗ୍ରହ ତଥ୍ୟ ଆଧାରରେ ଚଳିତ ମେ ମାସରେ ପାଣିପାଗର ସ୍ଥିତି କିପରି ରହିବ ସେ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଆଗାମୀ ମଇ ମାସ ୧୫ ତାରିଖ ଭିତରେ ବାତ୍ୟା ସଂପର୍କରେ ସେପରି ତଥ୍ୟ ସ୍ପଷ୍ଟ ଦୃଶ୍ୟମାନ ହେଉନଥ‌ିବା ଓ ଏହା ପରେ ସ୍ଥିତି ଜଣାଯିବା ସଂପର୍କରେ ସେ ଅବଗତ କରିଥିଲେ । ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଓଡ଼ିଶାବାସୀ ଜନସାଧାରଣ ଓ ପ୍ରଶାସନିକ ଆଦି ସବୁ ସ୍ତରରେ ସତର୍କ ରହିବାକୁ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ବାରୋପ କରିଥିଲେ । ବିଭିନ୍ନ ବିଭାଗ ମାନଙ୍କ ଦ୍ବାରା ପ୍ରସ୍ତୁତ ହୋଇଥ‌ିବା କଣ୍ଟିଜେଣ୍ଟ ପ୍ଲାନ୍ (ଜରୁରୀ କାଳୀନ ପ୍ରସ୍ତୁତି) ସଂପର୍କରେ ଉପସ୍ଥାପନ କରାଯାଇଥିଲା ।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ, ବିପର୍ଯ୍ୟୟ ପ୍ରସ୍ତୁତି ଓ ମୁକାବିଲା କ୍ଷେତ୍ରରେ ଓଡିଶା ପ୍ରଶାସନ ଏକ ଉଚ୍ଚତର ମାନଦଣ୍ଡ ବଜାୟ ରଖୁଛି । ଆମର ସବୁ ପ୍ରକାର ପ୍ରସ୍ତୁତି ରହିଛି । ତେବେ ଆମେ ଏହାକୁ କେବେହେଲେ ହାଲୁକା ଭାବେ ଗ୍ରହଣ କରିବା ଉଚିତ୍ ନୁହେଁ । ସବୁ ବିଭାଗରେ ପ୍ରାକ୍ ବାତ୍ୟା ସମୀକ୍ଷା ବୈଠକ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ଗ୍ରୀଷ୍ମ କାଳୀନ ବାତ୍ୟା ପରିପ୍ରେକ୍ଷୀରେ ଓଡ୍ରାଫ୍ ଓ ଏନଡିଆରଏଫ୍ ତରଫରୁ ଟିମ୍ ମୁତୟନ, ଆବଶ୍ୟକ ଉପକରଣ ସହ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରାଯାଇଥିଲା । ବାତ୍ୟାରେ ବିଦ୍ୟୁତ୍ ସରବରାହ ବ୍ୟାହତ ସମ୍ଭାବନାକୁ ଦୃଷ୍ଟିରେ ରଖ୍ ମାନବ ସମ୍ବଳ, ଆବଶ୍ୟକ ଯନ୍ତ୍ରପାତି ଓ ଉପକରଣ ପ୍ରସ୍ତୁତ ରଖୁବାକୁ ବିଦ୍ୟୁତ୍ ବିତରକ ସଂସ୍ଥାମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ବାତ୍ୟା ସମୟରେ ପାନୀୟ ଜଳ ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା ସହ ସିନଟେକ୍ସ ଯୋଗେ ପାନୀୟ ଜଳ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ସ୍ବାସ୍ଥ୍ୟ ବିଭାଗ ତରଫରୁ ଆବଶ୍ୟକ ଔଷଧ, ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଆପତକାଳୀନ ଯୋଜନା ପ୍ରସ୍ତୁତ ହୋଇଥିବା ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ଶାସନ ସଚିବ ଉପସ୍ଥାପନ କରିଥିଲେ । ବାତ୍ୟା ସମୟରେ ମହିଳା ଓ ଶିଶୁ, ନିରାଶ୍ରୟମାନଙ୍କ ପ୍ରତି ଧ୍ୟାନ ଓ ଯତ୍ନ, ବନ୍ୟା ବା ବାତ୍ୟା ଆଶ୍ରୟସ୍ଥଳରେ ଜଣେ ଜଣେ ମହିଳା ଅଧିକାରୀମାନଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ଵରେ ରଖାଯିବା, ପ୍ରାଣୀମାନଙ୍କ ପାଇଁ ଔଷଧ ଓ ଖାଦ୍ୟ ମହଜୁଦ ରଖାଯିବା, ବାତ୍ୟାରେ ରାସ୍ତା ପ୍ରଭାବିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହେଲେ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗ ଦ୍ବାରା ଠିକ୍ କରାଯିବା, ରାସ୍ତା ଉପରେ ଗଛ ଡାଳ ପଡିଲେ ବା ଗଛ ଉପୁଡିଲେ ତୁରନ୍ତ ଜଙ୍ଗଲ ବିଭାଗ ଦ୍ବାରା ରାସ୍ତାରୁ ସେସବୁକୁ ତୁରନ୍ତ ଅପସାରଣ, ଜଳ ସଂପଦ ବିଭାଗ ତରଫରୁ ନିୟମିତ ନଦୀବନ୍ଧ ପାଂଚ, ପୋଲିସ ତରଫରୁ ଆଇନଶୃଙ୍ଖଳା ରକ୍ଷା ଆଦି ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଥିଲା । ପ୍ରତି ବିଭାଗରେ ଜଣେ ଜଣେ ନୋଡାଲ ଅଫିସରଙ୍କ ନାମ, ଟେଲିଫୋନ ନଂ ଓ ଇ ମେଲ ଆଇଡି ଏସ୍ ଆରସି କାର୍ଯ୍ୟାଳୟକୁ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ସେହିପରି ବାତ୍ୟା ସମୟରେ ବେପରୁଆ ଭାବରେ ଘରୁ ନବାହାରିବା, ବେପରୁଆ ଗାଡି ଚାଳନା ନକରିବା, ଘରେ ଘରେ ଜରୁରୀ ସ୍ଥିତି ପାଇଁ ପାନୀୟ ଜଳ ସାଇତି ରଖିବା ଆଦି ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+