ଖୁବ୍ ଶୀଘ୍ର ରାସନ କାର୍ଡ ନୂଆ ଆବେଦନ ପାଇଁ ଖୋଲିବ ପୋର୍ଟଲା
Ration Card: e-KYC ସରିବା ପରେ ନୂଆ ଆବେଦନ ପାଇଁ ଖୋଲିବ ପୋର୍ଟାଲ । ରାସନ କାର୍ଡ ଆବେଦନ ନେଇ ଯୋଗାଣ ମନ୍ତ୍ରୀ କୂଷ୍ଣଚନ୍ଦ୍ର ପାତ୍ର ଦେଲେ ଏନେଇ ସୂଚନା । ପ୍ରାୟ ୪୧ ଲକ୍ଷ ଲୋକ ଏବେ ମଧ୍ୟ e-KYC ଅପଡେଟ୍ କରିନାହାଁନ୍ତି । ତେବେ ଇ-କେୱାଇସି ହେବା ପରେ ସ୍ପଷ୍ଟ ହେବେ କେତେ ଭୂତ ରାସନାକାର୍ଡଧାରୀ ଅଛନ୍ତି ।
ସେହିପରି ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି, ପ୍ରାୟ ୪ ଲକ୍ଷ ଆୟକରଦାତା ରାସନ ନେଉଥିଲେ । ଏ ନେଇ ବିଭାଗ ପାଖରେ ତଥ୍ୟ ପହଞ୍ଚିଛି । ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପୂର୍ବ ସରକାର ସମୟରେ ଆୟକରଦାତା ମାନେ ରାସନ କାର୍ଡ ପାଇଥିଲେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।

ତେବେ କେତେ ଆୟକରଦାତା ରାସନ କାର୍ଡ ପାଇଛନ୍ତି ତାହାକୁ ନେଇ ଅନୁଧ୍ୟାନ ଚାଲିଛି । ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।












Click it and Unblock the Notifications