ବିଦ୍ୟୁତ ବିଲ୍ ପଇଠ ପାଇଁ ଲଞ୍ଚ ହେଲା ପୋର୍ଟାଲ ଓ ମୋବାଇଲ୍ ଆପ୍ଲିକେସନ୍ ଜି.ସି.ଏମ୍‌.ଏସ୍‌

ଭୁବନେଶ୍ୱର : ସମଗ୍ର ଦେଶରେ ପ୍ରଥମ ଥର ପାଇଁ ଏକ ଐତିହାସିକ ପଦକ୍ଷେପ ଦ୍ୱାରା ଓଡ଼ିଶାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା, ଏନ୍‌ଆଇସି, ଭୁବନେଶ୍ୱର ଓ ଟାଟା ପାୱାର କମ୍ପାନି ଲିମିଟେଡ୍‌ର ମିଳିତ ଉଦ୍ୟମରେ ଗ୍ରାମପଞ୍ଚାୟତ ସ୍ତରରେ ଜନସାଧାରଣ ଯେପରି ସହଜରେ ବିଦ୍ୟୁତ ଦେୟ ପଇଠ କରିପାରିବେ ସେଥ୍ ପାଇଁ ଜିଏସ୍‌ଏମ୍‌ସି (Govt. Consumer Management System) ନାମକ ଏକ ପୋର୍ଟାଲ ଓ ମୋବାଇଲ ଆପ୍ଲିକେସନର ଳୋକାର୍ପଣ ହୋଇଛି ।

ଜନସାଧାରଣଙ୍କ ସହଜ ଓ ସୁଗମ ବିଦ୍ୟୁତ ଦେୟ ପଇଠ ପାଇଁ ପୋର୍ଟାଲଟି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକଙ୍କ ଦ୍ୱାରା ମୋବାଇଲ୍ ଆପ୍ଲିକେସନ୍‌ଟି ଲୋକାର୍ପିତ ହୋଇଛି । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଲୋକାର୍ପଣ ସଭାରେ ଯୋଗଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଏଭଳି ଉଦ୍ୟମ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଏନ୍‌ଆଇସି ଓ ଟାଟା ପାୱାରକୁ ସାଧୁବାଦ ଜଣାଇଥିଲେ ।

ପଞ୍ଚାୟତ ସ୍ତରରୁ ଯେଭଳି ଏହା ଉପଯୁକ୍ତ ଭାବରେ କାର‌୍ୟ୍ୟକାରୀ ହେବ ସେଥ୍ ପାଇଁ ଧ୍ୟାନ ଦେବା ପାଇଁ ବିଭାଗୀୟ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପାନୀୟ ଜଳ ଯୋଗାଣ ଓ ପଥପାର୍ଶ୍ୱ ଆଲୋକୀକରଣର ନିରବଚ୍ଛିନ୍ନ ସୁବିଧା ଯୋଗାଇ ଦେବାକୁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ତୃଣମୂଳ ସ୍ତରରେ କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିସନ ଓ ରାଜ୍ୟ ପଞ୍ଚମ ଅର୍ଥ କମିସନଙ୍କ ପକ୍ଷରୁ ପ୍ରଦତ୍ତ ଅନୁଦାନରୁ ପଞ୍ଚାୟତମାନଙ୍କ ଦ୍ୱାରା ପାନୀୟ ଜଳ, ପଥପାର୍ଶ୍ୱ ଆଲୋକୀକରଣ ଓ ପଞ୍ଚାୟତ ଅଫିସ୍‌ରେ ଉପଯୋଗ ହେଉଥିବା ବିଦ୍ୟୁତ ଶୁଳ୍କ ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।

ସାରା ରାଜ୍ୟରେ ସମସ୍ତ ଗ୍ରାମ ପଞ୍ଚୟତମାନଙ୍କର ବିଦ୍ୟୁତ ଶୁକ୍ଳ ବାବଦରେ ବାର୍ଷିକ ହାରାହାରି ୨୪୦-୨୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଅଛି । ତେବେ ପଞ୍ଚାୟତମାନଙ୍କ ଦ୍ୱାରା ନିୟମିତ ବିଦ୍ୟୁତ ଶୁକ୍ଳ ପୈଠ ଏବଂ ତାହାର ତଦାରଖ କରିବା ପାଇଁ କୌଣସି ସରଳ ଓ ସୁଗମ ବ୍ୟବସ୍ଥା ନଥିବାରୁ ବହୁଦିନ ଧରି ବିଦ୍ୟୁତ ବିଲ୍ ବକେୟା ରହୁଥିବା ପରିଲକ୍ଷିତ ହେଉଅଛି । ତେଣୁ, ଲୋକଙ୍କୁ ଉତ୍ତମ ଓ ବିଶ୍ୱସନୀୟ ବିଦ୍ୟୁତ ସେବା ଯୋଗାଇବା ପାଇଁ ସଂକଳ୍ପ ନେଇଥିବା ଓଡ଼ିଶା ସରକାର ଏହି ସମସ୍ୟାର ସମାଧାନ ପାଇଁ ନେଇଛନ୍ତି ଏକ ବଳିଷ୍ଠ ପଦକ୍ଷେପ ।

ପ୍ରଯୁକ୍ତିବିଦ୍ୟାର ସଦୁପଯୋଗ କରି ଭାରତ ସରକାରଙ୍କ ପଞ୍ଚାୟତି ରାଜ ବିଭାଗ, ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଷ୍ଟ୍ରୀୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର (ଏନ୍‌.ଆଇ.ସି.) ର ସହଯୋଗରେ ଟାଟା ପାୱାର ଓଡ଼ିଶା ଡିସକମ୍ ପକ୍ଷରୁ ଜି.ସି.ଏମ୍‌.ଏସ୍ ନାମରେ ଏକ ୱେବ୍ ପୋର୍ଟାଲ୍ ଓ ମୋବାଇଲ୍ ଆପ୍ଲିକେସନ୍ ତିଆରି କରାଯାଇଛି ଏବଂ ଏହାକୁ କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ କମିସନ୍ ଓ ରାଜ୍ୟ ପଞ୍ଚମ ଅର୍ଥ କମିସନ୍ ଅନୁଦାନର ସୁପରିଚାଳନା ନିମନ୍ତେ ନିର୍ମିତ ଇ-ଗ୍ରାମ ସ୍ୱରାଜ ଅନଲାଇନ୍ ପ୍ଲାଟଫର୍ମ ସହ ସଂଯୋଗୀକରଣ କରାଯାଇଛି ।

Portal and Mobile Application GCMS launched

ବିଜୁଳି ଦେୟ ପୈଠକୁ ସରଳ ଓ ସୁଗମ କରିବା ସହ ସ୍ୱଚ୍ଛତା ଓ ଦାୟିତ୍ୱବୋଧତା ବଜାୟ ରଖିବା ଏହାର ପ୍ରମୁଖ ଲକ୍ଷ୍ୟ । ଏହି ଆପ୍ଲିକେସନ୍ ମାଧ୍ୟମରେ ଟାଟା ପାୱାର ଓଡ଼ିଶା ଡିସକମ୍‌, ଗ୍ରାମପଞ୍ଚାୟତ ଓ ସରକାର ଗୋଟିଏ ପ୍ଲାଟଫର୍ମକୁ ଆସି ପାରିବେ । ଏହା ଦ୍ୱାରା ଗ୍ରାମପଞ୍ଚାୟତର ବିଦ୍ୟୁତ ଶୁଳ୍କ ଦେୟ ସମ୍ବନ୍ଧୀୟ ଅଭିଯୋଗ ପଞ୍ଜୀକରଣ ଓ ତାହାର ସରଳ ସମାଧାନ ପ୍ରଭାବୀ ଢଙ୍ଗରେ ହୋଇପାରିବ । ଜି.ସି.ଏମ୍‌.ଏସ୍ ଏବଂ ଇ-ଗ୍ରାମ ସ୍ୱରାଜର ସଂଯୋଗୀକରଣ ଫଳରେ ପଞ୍ଚାୟତରେ ପି.ଇ.ଓ.ମାନେ ସହଜରେ ବିଦ୍ୟୁତ ବିଲ୍ ପାଇପାରିବେ ଏବଂ ଏହାକୁ ଅନୁମୋଦନ କରି ଗୋଟିଏ ଦିନ ମଧ୍ୟରେ ବିଦ୍ୟୁତ ବିଲ୍ ପୈଠ କରିବା ପାଇଁ ପଦକ୍ଷେପ ନେଇ ପାରିବେ । ଉପରୋକ୍ତ କମ୍ପ୍ୟୁଟର ଆପ୍ଲିକେସନର ବ୍ୟବହାର କରିବା ପାଇଁ ଓ.ଟି.ପି. ବ୍ୟବସ୍ଥା ଥିବାରୁ ଏହା ସଂପୂର୍ଣ୍ଣ ସୁରକ୍ଷିତ ।

ନିକଟରେ ଟାଟା ପାୱାର୍ ପକ୍ଷରୁ ଏହି ଆପ୍ଲିକେସନ୍‌ର ପରୀକ୍ଷଣ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ବ୍ଲକ୍‌ର ଧଉଳି, ଅନ୍ଧାରୁଆ ଓ ମେଣ୍ଢାଶାଳ ଗ୍ରାମପଞ୍ଚାୟତରେ କରାଯାଇଥୁଲା, ଯାହାକି ପ୍ରଶଂସନୀୟ ହୋଇଛି । ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଉତ୍ତମ ଶାସନ ବ୍ୟବସ୍ଥା ଦିଗରେ ସରକାରଙ୍କ ପ୍ରୟାସରେ ସାମିଲ୍ ହୋଇଛି । ଟାଟା ପାୱାର୍ ଓଡ଼ିଶା ଡିସକମ୍‌ର ଏହି ଜି.ସି.ଏମ୍‌.ଏସ୍ ଆପ୍ଲିକେସନ୍ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଦ୍ୟୁତ ବିଲ୍ ପୈଠ କରିବା ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ଏଭଳି ପ୍ଲାଟଫର୍ମ ବ୍ୟବହାରକରିବାରେ ଓଡିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ ।

ଏହି ଲୋକାର୍ପଣ କାର‌୍ୟ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ସ୍ୱାଗତ ଭାଷଣ ରଖିବା ସହ ଜିଏସ୍‌ଏସ୍‌ଏସ୍‌ର କାର‌୍ୟ୍ୟକାରିତା ବିଷୟରେ ସବିଶେଷ ତଥ୍ୟ ରଖୁଥିଲେ । ଏହି କାର‌୍ୟ୍ୟକ୍ରମରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଏନ୍‌ଆଇସି ଭୁବନେଶ୍ୱରର ଏସ୍‌ଆଇଓ ଶ୍ରୀ ଅଶୋକ କୁମାର ହୋତା ଏବଂ ଟାଟା ପାୱାର ଟ୍ରାନ୍ସମିସନ୍ ଓ ଡିଷ୍ଟ୍ରିବ୍ୟୁସନ୍‌ର ସଭାପତି ଶ୍ରୀ ସଂଜୟ ବାଙ୍ଗାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+