୧୮ରେ ଖୋଲିବ ପାରଦର୍ଶୀ ପୋର୍ଟାଲ; ଘରୋଇ ସ୍କୁଲ୍‌ରେ ମାଗଣାରେ ପାଠପଢ଼ିବେ ଗରିବ ପିଲା

ଘରୋଇ ସ୍କୁଲ୍‌ରେ ଗରିବ ପିଲାମାନେ ମାଗଣାରେ ପାଠପଢ଼ିବାକୁ ୨୫% ସିଟ୍‌ ସଂରକ୍ଷିତ ରହିଛି। ସରକାରଙ୍କ ଏହି ବ୍ୟବସ୍ଥାରେ ପାଠପଢ଼ିବା ଲାଗି ଆବେଦନ କରିବାକୁ ମାର୍ଚ୍ଚ ୧୮ରେ ଖୋଲିବ ପାରଦର୍ଶୀ ପୋର୍ଟାଲ।

ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଛାତ୍ରୀଛାତ୍ରଙ୍କ ସୁବିଧାକୁ ଲକ୍ଷ୍ୟ କରି ଏପ୍ରିଲ ୩ ପରିବର୍ତ୍ତେ ଆସନ୍ତା ୧୮ ତାରିଖରେ ପୋର୍ଟାଲ ଖୋଲିବାକୁ ନିଷ୍ପତ୍ତି ହୋଇଛି।

pardarshi portal

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ମାର୍ଚ୍ଚ ୩୧ ଯାଏ ସ୍କୁଲଗୁଡ଼ିକର ପଞ୍ଜୀକରଣ ଓ କାଗଜପତ୍ର ଯାଞ୍ଚ ହେବ। ସେହିପରି ମାର୍ଚ୍ଚ ୧୮ରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ଛାତ୍ରୀଛାତ୍ର ପଞ୍ଜୀକରଣ (ଆବେଦନ) କରିପାରିବେ। ଏପ୍ରିଲ ୩ରୁ ୨୩ ତାରିଖ ପର୍ଯ୍ୟନ୍ତ ପିଲାଙ୍କ ପ୍ରଥମ ପର୍ଯ୍ୟାୟ ଆବେଦନର କାଗଜପତ୍ର ଯାଞ୍ଚ ହେବ। ଏପ୍ରିଲ ୨୪ରେ ଲଟେରି ଉଠାଣ ସହିତ ସ୍କୁଲ ଆଲଟ୍‌ମେଣ୍ଟ କରାଯିବାର କାର୍ଯ୍ୟକ୍ରମ ରହିଛି।

ଏହାପରେ ଏପ୍ରିଲ ୨୫ରୁ ୭ ମେ' ମଧ୍ୟରେ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା କରାଯିବ। ସେହିପରି ମେ' ୨୬ରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପଞ୍ଜୀକରଣ କରିବେ ଓ ମେ' ୨୭ରୁ ଯୋଗ୍ୟ ବିବେଚିତ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇ ପାରିବେ। ଅବଶିଷ୍ଟ ଛାତ୍ରୀଛାତ୍ର ଜୁନ୍‌ ୧୦ରେ କଟ୍‌ ଅଫ୍‌ ତାଲିକାରେ ନାମ ଲେଖାଇପାରିବେ ବୋଲି ସୂଚନା ଦିଆଯାଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+