ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଡ଼ା ନିର୍ଦ୍ଦେଶ, ୭ ଟାରୁ ୯ଟା ଯାଏଁ ବାଣ ଫୁଟାଇବା
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଡ଼ା ନିର୍ଦ୍ଦେଶ । ଦୀପାବଳିରେ ବାଣ ଫୁଟାଇବା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେଉଁଥିରେ ରାତି ୭ ଟାରୁ ୯ଟା ଯାଏଁ ବାଣ ଫୁଟାଇବା ନିର୍ଦ୍ଦେଶ ଜାରି କରାଯାଇଛି ।
ତେବେ ଆସନ୍ତୁ ଜାଣିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କେଉଁ ସବୁ ନିର୍ଦ୍ଦେଶାନାମା ଜାରି କରାଯାଇଛି-:

-: ଦୀପ ଜଳାଇ ଦୀପାବଳି ପାଳନ କରନ୍ତୁ
-: ରାତି ୭ଟାରୁ ୯ଟା ଯାଏଁ ବାଣ ଫୁଟାନ୍ତୁ
-: ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଠାରୁ ଦୂରେଇ ରୁହନ୍ତୁ
-: ଖୋଲା ଜାଗାରେ ବାଣ ଫୁଟାନ୍ତୁ
-: ଲୋକଙ୍କ ଯିବାଆସିବା ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ
-: ବାଣ ଫୁଟାଇବା ସମୟରେ ଛୋଟ ଛୁଆଙ୍କୁ ଦୂରରେ ରଖନ୍ତୁ
-: ପାର୍କ, ହସ୍ପିଟାଲ, କୋର୍ଟ, ଧାର୍ମିକ ଆଦି ସ୍ଥାନ ନିକଟରେ ବାଣ ଫୁଟାନ୍ତୁ ନାହିଁ
-: ବାଣ ଫୁଟାଇବା ସମୟରେ ସୂତାର କପଡ଼ା ପିନ୍ଧନ୍ତୁ
-: ବାଣ ଫୁଟାଇବା ସମୟରେ ପାଖରେ ପାଣି କିମ୍ବା ବାଲି ରଖନ୍ତୁ
-: ବାଣକୁ ହାତରେ ଜଳାନ୍ତୁନାହିଁ, ସର୍ବଦା ଭୂମିରେ ରଖି ଜଳାନ୍ତୁ
-: ବାଣ ଫୁଟିବା ସମୟରେ ସବୁବେଳେ ଦୂରରେ ରୁହନ୍ତୁ
-: ପ୍ରଥମ ଥର ନଫୁଟିଥିବା ବାଣକୁ ଆଉ ଥରେ ଲଗାନ୍ତୁ ନାହିଁ
-: ପଶୁପକ୍ଷୀଙ୍କୁ ବାଣର ଧୂଆଁ ଓ ଶବ୍ଦରୁ ଦୂରରେ ରଖନ୍ତୁ
-: ବୃଦ୍ଧ ଓ ଶ୍ୱାସ ରୋଗୀଙ୍କୁ ବାଣ ଧୂଆଁ ଠାରୁ ଦୂରରେ ରୁହନ୍ତୁ
-:ବାଣ ଫୁଟାଇବା ସମୟରେ ଆଖିରେ ଚଷମା ପିନ୍ଧନ୍ତୁ












Click it and Unblock the Notifications