କର୍ତ୍ତବ୍ୟରତ ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ
କଟକ : ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ କଟକର ହାଡ଼ିବନ୍ଧୁ ସ୍କୁଲର ୧୧୪ ନଂ ବୁଥ୍ରେ ଡ୍ୟୁଟି କରୁଥିବା ମହିଳା ପୋଲିଂ ଅଫିସର ସୁଜାତା ମିତ୍ରଙ୍କ ମୃତ୍ୟୁ ଘଟିଛି । ସେ ଆଜି ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ବୁଥ୍ ମଧ୍ୟରେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ଦୁଃଖଦ ଘଟଣାରେ ଗଭୀର ଶୋକପ୍ରକାଶ କରିବା ସହ ସ୍ୱର୍ଗତା ମିତ୍ରଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତିା ଏହା ସହ ସେ ଅମର ଆତ୍ମାଙ୍କ ସଦ୍ଗତି କାମନା କରିଛନ୍ତି
ବିଧି ମୁତାବକ ସାହାଯ୍ୟ ବ୍ୟତିରେକ ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣାମତେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତିା ଏହା ସହ ଶୀଘ୍ର ବିଧି ମୁତାବକ ବିହିତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତିା












Click it and Unblock the Notifications