ରାଜନୀତି ହାଲଚାଲ; ଜାତୀୟ ଯୁବ ଦିବସରେ ସଂକଳ୍ପ ସମାବେଶ ନାଁରେ ରୋଚକ ମନ୍ତବ୍ୟ ଦେଲେ ଅରିନ୍ଦମ

କଟକ ରାଜନୀତିକୁ ହଲଚଲ୍‌ କଲେ ସିନେ ତାରକା ଅରିନ୍ଦମ ରାୟ । ଜାତୀୟ ଯୁବ ଦିବସରେ ସଂକଳ୍ପ ସମାବେଶ ନାଁରେ ଅରିନ୍ଦମଙ୍କ ହଟଚମଟ । ବିଜେଡି କାର୍ଯ୍ୟକ୍ରମ, ବୈଷ୍ଣବଙ୍କୁ ସାକ୍ଷାତ ପ୍ରସଙ୍ଗରେ ରୋଚକ ମନ୍ତବ୍ୟ ଦେଲେ ଅରିନ୍ଦମ । ଅରିନ୍ଦମ ଏବେ ଅନ୍ୟ ମନସ୍କ କି ପ୍ରଶ୍ନରେ ମୁଁ ଜମା ଅନ୍ୟ ମନସ୍କ ନୁହେଁ ବୋଲି ସେ କହିଛନ୍ତି ।

odisha

ଦଳୀୟ କାର୍ଯ୍ୟକ୍ରମରେ ଯେବେ ଡକା ହୁଏ, ମୁଁ ନିଶ୍ଚିତ ପହେଞ୍ଚ ବୋଲି କହିଲେ ଅରିନ୍ଦମ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଖା କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି କିଏ କାହାକୁ ଦେଖା କରିବ ନକରିବ, କାହାକୁ ମନା ନାହିଁ ।

ମୁଁ ଦେଖା କରିଛି, କିଏ କଣ ଭାବିବେ ଯଦି ଭାବନ୍ତୁ ବୋଲି ଅରିନ୍ଦମ କହିଛନ୍ତି । ଅନ୍ୟ ଦଳରୁ ସୁଯୋଗ ମିଳିଲେ ଲଢ଼ିବେ କି ପ୍ରଶ୍ନରେ ଉତ୍ତର
ସମୟ କହିବ ବୋଲି କହିଛନ୍ତି ଅରିନ୍ଦମ ।

ସୂଚନା ଅନୁସାରେ, କଟକ ଧବଳେଶ୍ୱରଠାରେ ଡାକବଙ୍ଗଳାରେ କେନ୍ଦ୍ରମନ୍ତ୍ରୀଙ୍କୁ ଅରିନ୍ଦମ ଭେଟିବା ସହ ଫୁଲତୋଡା ଦେଇଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ପାଖାପାଖି 30 ମିନିଟ୍ ଧରି ଆଲୋଚନା ହୋଇଥିବା ଜଣାଯାଇଛି ।

କଟକରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅରିନ୍ଦମଙ୍କୁ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ବେଳେ ସେ ଆଗ ଧାଡିରେ ବସିଥିଲେ । ଆଉ କାର୍ଯ୍ୟକ୍ରମ ଶେଷ ହେବା ପରେ ପାଣ୍ଡିଆନଙ୍କ ସହ ଏକାଠି ଛିଡା ହୋଇ ଫଟୋ ମଧ୍ୟ ଉଠାଇଥିଲେ । ହେଲେ କାର୍ଯ୍ୟକ୍ରମକୁ 48 ଘଣ୍ଟା ନପୁରୁଣୁ ଅଶ୍ୱିନୀଙ୍କ ସହ ଏହି ଫଟୋ ଚର୍ଚ୍ଚା ସୃଷ୍ଟି କରିଛି ।

ସୂଚନାଥାଉକି, 2009 ମସିହାରୁ ବିଜେଡି ସହ ଅଛନ୍ତି ଅରିନ୍ଦମ । ବିଭିନ୍ନ ନିର୍ବାଚନରେ ଦଳ ତାଙ୍କୁ ଷ୍ଟାର ପ୍ରଚାରକ କରିଛି । ଏହା ପରେ 2016 ମସିହାରେ ସେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀକୁ ବିବାହ କରିଥିଲେ । ଏହା ପରଠୁ ସେ ଦଳରେ ଅଧିକ ସକ୍ରିୟ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+