ପୋଲିସଙ୍କୁ ମିଳିବ ସ୍ପିଡ ବାଇକ୍, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଏଥର ଅପରାଧୀଙ୍କୁ ଧରିବା ହେବ ସହଜ । ପୋଲିସକୁ ମିଳିବ ସ୍ପିଡ ବାଇକ ଓ ବୋଲେରୋ। ରାଜ୍ୟ ସରକାରଙ୍କ ପକ୍ଷରୁ ଅପରାଧ ନିୟନ୍ତ୍ରଣ ପାଇଁ ସ୍ପିଡ ଗାଡ଼ି ସ୍ପିଡ ବାଇକ ଓ ବୋଲେରୋ ଯୋଗାଇ ଦିଆଯିବ । ପୋଲେିସଙ୍କୁ ମିଳିବ ଦ୍ରୁତଗାମୀ ବୋଲେରୋ, ସ୍କର୍ପିଓ ଓ ବାଇକ ଏ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି।

mohan charan majhi

ଅନ୍ୟପକ୍ଷେ, ଚଳିତ ୨୦୨୫ ଜାନୁଆରୀ ମାସ ଥିଲା ଅପରାଧର ମାସ । ଏହି ମାସରେ ୧୧୧ ହତ୍ୟା ମାମଲା ରୁଜୁ ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାସହ ୨୦ଟି ଡକାୟତି, ୧୫୦୯ଟି ଚୋରି, ୧୦୧ଟି ଦଙ୍ଗା, ୧୯୪ଟି ସାଇବର ଅପରାଧ, ୬୫୫ଟି ଅସଦାଚରଣ, ୭୯ଟି ଯୌନ ନିର୍ଯାତନା, ୧୪୯ଟି ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧ଟି ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ ଓ ୩୧ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି ।

ସେହିଭଳି ୨୦୧୪ ମସିହାରେ ୧୨୫୮ଟି ହତ୍ୟା, ୩୫୬ଟି ଡକାୟତି, ୧୭୮୦୫ଟି ଚୋରି, ୧୪୭୧ଟି ଦଙ୍ଗା, ୨୫୦୧ଟି ସାଇବର ଅପରାଧ, ୭୨୯୯ଟି ଅସଦାଚରଣ, ୧୦୮୨ ଯୌନ ନିର୍ଯାତନା, ୧୮୩୯ ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ, ୧୧୧ଟି ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ ଓ ୩୬୫ଟି ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି । ବିଧାନସଭା ଅଧିବେଶନ ପ୍ରଶ୍ନୋତ୍ତର କାଳରେ ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+