ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା: ଆଉ ଜଣେ ଦଲାଲକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଆଉ ଜ‌ଣେ ଦଲାଲକୁ ରବିବାର ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଜଣକ ହେଉଛି ବାଲେଶ୍ଵର ଜିଲା ସିଂଲା ଥାନା ଅନ୍ତର୍ଗତ ନବରା ଗାଁର ଅରବିନ୍ଦ ଦାସ(୪୩)। ଦୁର୍ନୀତି ସମ୍ବନ୍ଧୀୟ କିଛି କାଗଜପତ୍ର ଅରବିନ୍ଦ ନିକଟରୁ ଜବତ ହୋଇଛି। ଦୀର୍ଘ ସମୟ ଧରି ପଚରାଉଚରା କରାଯିବା ପରେ ଏହି ମାମଲାରେ ତା'ର ସମ୍ପୃକ୍ତି ଥିବା ଜଣାପଡ଼ିବାରୁ କ୍ରାଇମବ୍ରାଞ୍ଚ ତା'କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଅରବିନ୍ଦକୁ ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ଅଧିକ ତଦନ୍ତ ପାଇଁ ବ୍ରହ୍ମପୁର ନିଆଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ପୁଲିସ ୧୧୮ ଜଣଙ୍କୁ ଗିରଫ କରିସାରିଛି। ସେମାନଙ୍କ ମଧ୍ୟରେ ୧୧୪ ଆଶାୟୀ ଏବଂ ୪ ଦଲାଲ ରହିଛନ୍ତି। ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଆଶାୟୀମାନଙ୍କଠାରୁ ଟଙ୍କା ନେଇ ଚାକିରିରେ ସହାୟତା ଲାଗି ସ୍ଵତନ୍ତ୍ର କୋଚିଂ ଦେବାକୁ ଆନ୍ଧ୍ରପ୍ରଦେଶ ନେଉଥିବା ସମୟରେ ବ୍ରହ୍ମପୁର ପୁଲିସ ସେମାନଙ୍କୁ ଧରିଥିଲା। ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ପରୀକ୍ଷା ପରିଚାଳନା ସଂସ୍ଥା ପଞ୍ଚସଫ୍ଟର ମାଲିକ ଶଙ୍କର ପୃଷ୍ଟି ଫେରାର ରହିଛି। ତା'କୁ ଧରିବାକୁ କ୍ରାଇମବ୍ରାଞ୍ଚ ଚଢ଼ାଉ ଜାରି ରଖିଛି।

Police SI recruitment corruption case
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+