ପୋଲିସ ଏସ ଆଇ ଚାକିରି ଦୁର୍ନିତି, ବଣିକ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ

ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ । ବଣିକ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ । OPRB ଚାକିରି ଦୁର୍ନିତି କେଳେଙ୍କାରି ନେଇ ମାରିଲେ ଛାପା । କ୍ରାଇମବ୍ରାଞ୍ଚର CB CID ଟିମ୍ ପହଂଚି କରିଛନ୍ତି ତନାଘନା‌ । ସିଆରପିଏଫ୍ ସ୍ଥିତ ବାଣିକ କୋଚିଂ ଅନୁଷ୍ଠାନରେ ରେଡ ହୋଇଛି ।

ପ୍ରକାଶଯୋଗ୍ୟ, ପୋଲିସ ଏସଆଇ ଚାକିରି ପଛରେ ସିଣ୍ଡିକେଟ୍ ଥିବା ଜଣାପଡିଛି । ଅରିଜିନାଲ ସାର୍ଟିଫିକେଟ ନେଇ ଚାଲୁଥିଲା ଡିଲ୍ । ବ୍ଳାଙ୍କ ଚେକ୍ ରେ ହେଉଥିଲା ଟଙ୍କା କାରବାର । ବିଭିନ୍ନ କୋଚିଂ ସେଣ୍ଟରେ କୋଚିଂ ଦେଉଥିବା ଶିକ୍ଷକଙ୍କ ଜରିଆରେ ଚାଲୁଥିଲା ସିଣ୍ଡିକେଟ୍ । କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ଼ ତଥ୍ୟ । ସିଣ୍ଡିକେଟ ମେମ୍ବର ବିଶ୍ବ ରଞ୍ଜନ ବେହେରା ଗିରଫ । ଘର ବାରଙ୍ଗ ବିଦ୍ୟାଧରପୁର ଅଞ୍ଚଳରେ ।

ଆଶାୟୀଙ୍କ ସହ ଯୋଗାଯୋଗ କରୁଥିଲା ବିଶ୍ବରଞ୍ଜନ। ସକାଳେ ଆଉ ଦୁଇ ଦଲାଲଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ପୂର୍ବରୁ ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ହୋଇଥିଲେ । ଗିରଫଦାରୀ ସଂଖ୍ୟ ୧୨୦ରେ ପହଞ୍ଚିଛି । ତଦନ୍ତ ଜୋଦାର କଲା କ୍ରାଇମବ୍ରାଞ୍ଚ । ଗିରଫଦାରୀ ଆହୁରି ବଢ଼ିବ । କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କ ନେତୃତ୍ବରେ ଆଗକୁ ବଢ଼ିବ ତଦନ୍ତ ।

Police SI job scam Crime Branch raids vANIK coaching centre

ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (OPRB) ପକ୍ଷରୁ ସୂଚନା । କ୍ରାଇମବ୍ରାଞ୍ଚ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। ମାମଲାରେ ସବୁ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଯଥାଶୀଘ୍ର ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇ ନିଯୁକ୍ତି ତ୍ବରାନ୍ବିତ ହେବ। ପ୍ରାର୍ଥୀମାନଙ୍କୁ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି OPRB ଅଧ୍ୟକ୍ଷ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+