ମାର୍ଚ୍ଚ ୮, ୯ରେ ପୋଲିସ SI ପରୀକ୍ଷା, ୯୩୩ ପଦବୀ ପାଇଁ ହେବ ପରୀକ୍ଷା
ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ରାଜ୍ୟର ବିଭିନ୍ନ ଜିଲାରେ SI ଏବଂ ଅନ୍ୟାନ୍ୟ ସମକକ୍ଷ ପଦବୀ ପାଇଁ ପରୀକ୍ଷା ତାରିଖ ପ୍ରକାଶ କରିଛି। ମୋଟ ୯୩୩ଟି ପଦବୀ ପାଇଁ ପରୀକ୍ଷା ହେବ।

ବିଜ୍ଞପ୍ତି ଅନୁଯାୟୀ, SI ପଦବୀ ପାଇଁ ଓଏମ୍ଆର ଆଧାରିତ ନିଯୁକ୍ତି ପରୀକ୍ଷା ମାର୍ଚ୍ଚ ୮ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ୯ ମାର୍ଚ୍ଚ ୨୦୨୫ରେ ଅନୁଷ୍ଠିତ ହେବ।
ପରୀକ୍ଷାର୍ଥୀମାନଙ୍କୁ ମାର୍ଚ୍ଚ ୧ ତାରିଖରୁ ଓଡ଼ିଶା ପୋଲିସ ୱେବସାଇଟରୁ ପରୀକ୍ଷା କେନ୍ଦ୍ର ଏବଂ ପରୀକ୍ଷା ସୂଚୀ ବିଷୟରେ ବିବରଣୀ ଜାଣିବା ପାଇଁ ଆଡମିଟ କାର୍ଡ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications