ପୋଲିସ SI ପରୀକ୍ଷା ମହାଘୋଟାଲା; ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା
ପୋଲିସ SI ପରୀକ୍ଷା ମହାଘୋଟାଲା; ସାମ୍ନାକୁ ଆସିଲା ବଡ଼ ଅପଡେଟ୍ । ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ ଦଲାଲ ଗିରଫ ପରେ ତତ୍ପରତା। ପ୍ରାଥମିକ ତଦନ୍ତ ଅନୁସାରେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ନାଁକୁ ନେଇ ଚର୍ଚ୍ଚା। ଦୁହେଁ ସ୍ପେଶାଲ କୋଚିଂ ପାଇଁ ରାଜ୍ୟ ବାହାରକୁ ନେଉଥିବା ଅଭିଯୋଗ।
ପ୍ରତ୍ୟେକଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେବାକୁ ଡିଲ୍ ହୋଇଥିଲା। ଦୁହେଁ ପରୀକ୍ଷାର୍ଥୀଙ୍କ ସବୁ ଅରିଜନାଲ୍ ସାର୍ଟିଫିକେଟ୍ ନେଇଯାଇଥିଲେ।
୯୩୩ ପୋଷ୍ଟ ପାଇଁ ବାହାରିଥିଲା ବିଜ୍ଞାପନ । କୋଟି କୋଟି ଟଙ୍କାର ଡିଲ୍ କେବଳ ଶଙ୍କର ପୃଷ୍ଟି, ମୁନା ମହାନ୍ତି ନା ଏହା ପଛରେ ବଡ଼ ଅଧିକାରୀ ଅଛନ୍ତି ?।କ'ଣ ପାଇଁ ସିଲକନ୍ ପରେ ପଞ୍ଚସଫ୍ଟକୁ ପରୀକ୍ଷା ଦାୟିତ୍ବ ଉଠିଲା ପ୍ରଶ୍ନ।

OPRBର ପରୀକ୍ଷା ପରିଚାଳନା ଦକ୍ଷତାକୁ ନେଇ ସନ୍ଦେହରେ ପରୀକ୍ଷାର୍ଥୀ। କେବଳ ପରୀକ୍ଷାର୍ଥୀ ଓ ଦଲାଲଙ୍କୁ ଗିରଫଦାରି ଯଥେଷ୍ଟ ନୁହେଁ ବିଶେଷଜ୍ଞଙ୍କ ମତ। ଏହା ପଛରେ ଯେଉଁ ବଡ଼ ବଡ଼ ଅଧିକାରୀ ଅଛନ୍ତି, ଗିରଫଦାରି ଦରକାର। SI ନଯୁକ୍ତି ପୋଲିସର ମେରୁଦଣ୍ଡ, ସ୍ବଚ୍ଛତା ଦରକାର କହିଲେ ପୂର୍ବତନ ପୋଲିସ ଅଧିକାରୀ।












Click it and Unblock the Notifications