ପୋଲିସ୍ SI ପରୀକ୍ଷା ସ୍କାମ୍; SSB ଯବାନଙ୍କ ସମେତ ୨ ଅଟକ

ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ଛାନଭିନ୍ ଜାରି ରହିଛି। ଆଉ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ। ବିରଞ୍ଚିର ସହଯୋଗୀ ନିମାଇଁ ସାହୁ ଓ ଏସଏସବି ଯବାନ ଅର୍ଜୁନ ନାୟକଙ୍କୁ ହେପାଜତକୁ ନେଇଛି ସିବିଆଇ। ଏହି ଦୁଇଜଣଙ୍କ ସହ ମାମଲାରେ ସମ୍ପୃକ୍ତ ଆଉ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। ଅଭିଯୁକ୍ତ ବିରଞ୍ଚି ସହ ସାମ୍ନାସାମ୍ନି ଜେରା କରାଯାଉଛି।

Police SI exam scam

ଏସବୁ ଭିତରେ ଏକ ନୂଆ ନାଁ ସାମ୍ନାକୁ ଆସିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଧର୍ମେନ୍ଦ୍ର ମିଡିଲ ମ୍ୟାନ୍ ବୋଲି କହିଛି ଅଭିଯୁକ୍ତ ବିରଞ୍ଚି । ତେଣୁ ପ୍ରଶ୍ନ ଉଠୁଛି କିଏ ସେହି ଧର୍ମେନ୍ଦ୍ର? ସିବିଆଇ ରିମାଣ୍ଡରେ ଥିବା ଅଭିଯୁକ୍ତ ବିରଞ୍ଚି ନାରାୟଣ ନାୟକ ଖୋଲୁଛି ଏସଆଇ କେଳେଙ୍କାରୀର ଗୁମର। ଜେରା ବେଳେ, ଧର୍ମେନ୍ଦ୍ର ନାମକ ଜଣେ ବ୍ୟକ୍ତି ବାବଦରେ ସୂଚନା ଦେଇଛି ବିରଞ୍ଚି। ଧର୍ମେନ୍ଦ୍ର ସାଜିଥିଲା ମିଡିଲ୍ ମ୍ୟାନ୍ ଓ ଦିଘା ମଡ୍ୟୁଲ ପାଇଁ ପରୀକ୍ଷାର୍ଥୀଙ୍କ ଠାରୁ ଟଙ୍କା କାରବାରର ମାଧ୍ୟମ ସାଜିଥିଲା। ୩ ଜଣକୁ ଅଟକ ରଖି ଗତକାଲି ଠାରୁ ପଚରା ଉଚରା ବେଳେ, ସିବିଆଇ ଅନେକଗୁଡ଼ିଏ ତଥ୍ୟ ହାସଲ କରିଥିବା କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+