ମହଙ୍ଗା ପଡିଲା ଲାଞ୍ଚ ନେବା: ଭିଜିଲାନ୍ସ ଜାଲରେ ପୋଲିସ ଏସଆଇ
Police SI In Vigilance Radar: ୧୫ ହଜାର ଟଙ୍କା ପାଇଁ ଫସିଲେ ପୋଲିସ SI । ମହଙ୍ଗା ପଡିଲା ଲାଞ୍ଚ ନେବା । ଭିଜିଲାନ୍ସ ଜାଲରେ ପୋଲିସ । ଗଞ୍ଜେଇ ଗାଡ଼ି ରିଲିଜ୍ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା SIଙ୍କୁ ଧରିଛି ଭିଜିଲାନ୍ସ ।
ମିଳିଥିବା ସୂଚନା ଅନୁସାରେ, ବାଉଁଶୁଣି ଥାନା ଗଞ୍ଜେଇ ମାମଲାରେ ଏକ ଗାଡ଼ିକୁ ଜବତ କରିଥିଲା । ଗାଡ଼ିଟିକୁ ରିଲିଜ୍ କରିବା ପାଇଁ କୋର୍ଟ ଅର୍ଡର ଆଣିବା ପରେ ମଧ୍ୟ ଥାନା ଏସଆଇ ବିକ୍ରମ ଦେହୁରୀ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ସଂପୃକ୍ତ ଗାଡ଼ି ମାଲିକ । ତେବେ ଗାଡି ମାଲିକ ଅନକାଇନରେ ଟଙ୍କା ଟ୍ରାନ୍ସଫର କରିବା ପରେ ଭିଜିଲାନ୍ସ ଜାଲରେ ଫସି ଯାଇଥିଲେ ଏସଆଇ । ମଙ୍ଗଳବାର ସନ୍ଧ୍ୟାରେ ଟଙ୍କା ପଠାଇବା ପରେ ଭିଜିଲାନ୍ସ ମାଡ଼ି ବସିଥିଲା ।

ଏହାପରେ ତାଙ୍କ ସରକାରୀ ବାସଭବନ ସହ ପୁରୁଣା କଟକ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ଏସଆଇଙ୍କୁ କୋର୍ଟ ଚାଲାଣ କରାଯିବାର ସମ୍ଭାବନା ରହିଛି ।












Click it and Unblock the Notifications