ଧଳସାମନ୍ତଙ୍କ ଘରେ ଚଢ଼ାଉ, ୫ ଶହ ରାଉଣ୍ଡ ଗୁଳି ସହ 8ଟି ବନ୍ଧୁକ ଜବତ
ଡି. ବ୍ରଦର୍ଶଙ୍କ ବା କୁଖ୍ୟାତ ଅପରାଧୀ ଧଳସାମନ୍ତଙ୍କ ଘରେ କମିଶନରେଟ ପୋଲିସର ଚଢାଉ ।
ଭୁବନେଶ୍ୱର: ଡି. ବ୍ରଦର୍ଶଙ୍କ ବା କୁଖ୍ୟାତ ଅପରାଧୀ ଧଳସାମନ୍ତଙ୍କ ଘରେ କମିଶନରେଟ ପୋଲିସର ଚଢାଉ । ଧଳସାମନ୍ତଙ୍କ ସିଡିଏ ସ୍ଥିତ ବାସଭବନ ଉପରେ ଚଢ଼ାଉ କରିଛି କଟକ କମିଶନରେଟ ପୋଲିସ । ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ। ଡି. ବ୍ରଦର୍ସଙ୍କ ଘରୁ ୫ ଶହ ରାଉଣ୍ଡ ଗୁଳି ଜବତ ହୋଇଛି। ଏଥି ସହିତ ତାଙ୍କ ଘରୁ ୮ ଟି ବନ୍ଧୁକ ମଧ୍ୟ ଜବତ ହୋଇଛି ।

ଧଳସାମନ୍ତ ନାମରେ ବିଭିନ୍ନ ଥାନାରେ ହତ୍ୟା, ଲୁଟପାଟ ଓ ବଟି ଆଦାୟ ଭଳି ମାମଲା ରହିଛି। ଏହାପୂର୍ବରୁ ଧଳସାମନ୍ତର ବହୁ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ । ଗତ ଅଗଷ୍ଟ ମାସରେ ଦୁଇ ସହଯୋଗୀ ଗିରଫ ହୋଇଥିଲେ । ଦୁଇଜଣ ଅପରାଧିଙ୍କୁ ଦାଦାବଟି ମାଗିବା ସହ ଧଳସାମନ୍ତ ଗ୍ୟାଙ୍ଗରେ ସାମିଲ ହେବାକୁ ଯୁବକଙ୍କୁ ପ୍ରବର୍ତ୍ତାଉଥିଲେ।












Click it and Unblock the Notifications