ଦୀପାବଳି ପୂର୍ବରୁ ପୁଲିସ ଜବତ କଲା ଲକ୍ଷାଧିକ ଟଙ୍କାର ବାଣ, ୨ ଗିରଫ

ରାଉରକେଲା : ରାଉରକେଲା ସହରର ଡେଲି ମାର୍କେଟରୁ ପୁଲିସ ରବିବାର ବାଣ ଜବତ କରିଛି। ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଡେଲି ମାର୍କେଟର ଦୁଇଟି ସ୍ଥାନରେ ଚଢାଉ କରି ୨୦ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଏଥିସହ ୨ ଜଣ ବ୍ୟବସାୟୀଙ୍କୁ ଅଟକ ରଖିଛି।

firecracker

ବ୍ୟବସାୟୀ ୨ ଜଣ ହେଲେ ଅଜୟ ଗୁପ୍ତା ଓ ରାକେଶ ଅଗ୍ରଓ୍ବାଲ। ବ୍ୟବସାୟୀ ଦୁଇ ଜଣ ବେଆଇନ ଭାବରେ ଦୀପାବଳିରେ ବ୍ୟବସାୟ କରିବା ପାଇଁ ଗଚ୍ଛିତ ରଖିଥିଲେ । ପ୍ଲାଣ୍ଟ ସାଇଟ୍ ପୋଲିସ ଖବର ପାଇ ଚଢାଉ କରି ବାଣ ଜବତ କରିଛି । ସହରରେ ଅନ୍ୟ କେଉଁମାନେ ବେଆଇନ ଭାବରେ ବାଣ ଗଚ୍ଛିତ ରଖିଛନ୍ତି ରାଉରକେଲା ପୋଲିସ ତାର ଖୋଳତାଳ କରୁଛି । ଆଗକୁ ବେଆଇନ ବାଣ କାରବାର ଉପରେ ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+