ବଢ଼ିଲା ପୋଲିସ କର୍ମଚାରୀଙ୍କ ଭତ୍ତା; କନଷ୍ଟେବଲଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ପୋଷାକ ଭତ୍ତା ଦୁଇ ଗୁଣ ବୃଦ୍ଧି
ବଢ଼ିଲା ପୋଲିସ କର୍ମଚାରୀଙ୍କ ଭତ୍ତା । ପୋଲିସ କର୍ମଚାରୀଙ୍କ ଭତ୍ତା ଏବଂ ପ୍ରୋତ୍ସାହନ ରାଶି ବୃଦ୍ଧି । କନଷ୍ଟେବଳଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ପୋଷକ ଭତ୍ତା ଦୁଇଗୁଣା ବୃଦ୍ଧି କରାଯାଇଛି । ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା 4ହଜାର 300ରୁ ବୃଦ୍ଧି ପାଇ 8600 ଟଙ୍କାକୁ ବଢ଼ିଲା । ସେହିପରି ଏସଆଇ, ଏଏସଆଇଙ୍କ ପୋଷାକ ଭତ୍ତା 4200ରୁ 8400 ଟଙ୍କାକୁ ବୃଦ୍ଧି ପାଇଛି ।

ଅନ୍ୟପଟେ ହାବିଲଦାର, କନଷ୍ଟେବଳ ଏବଂ ସିପାହୀଙ୍କର ଭତ୍ତା 5 ହଜାରରୁ 10 ହଜାର ଟଙ୍କାକୁ ବୃଦ୍ଧା ପାଇଛି ।ସେହିପରି ସ୍ପେସାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମୀ କର୍ମଚାରୀଙ୍କ 11800 ଟଙ୍କାକୁ ବୃଦ୍ଧି କରାଯାଇଛି ।
କନଷ୍ଟେବଳ, ସିପାହୀଙ୍କ ବାର୍ଷିକ ପ୍ରୋତ୍ସାହନ ରାଶି ୨୫ ହଜାରକୁ ବୃଦ୍ଧି କରାଯାଇଥିବା ବେଳେ ହାବିଲଦାରଙ୍କ ପ୍ରୋତ୍ସାହନ ରାଶି ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।












Click it and Unblock the Notifications