ଲଞ୍ଚ ନେଇ ଗିରଫ ହେଲେ ଥାନା ଅଧିକାରୀ
ଲାଞ୍ଚ ନେଇ ଧରାପଡିଲେ ଥାନା ଇନ୍ସପେକ୍ଟର। ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କଟକ ସିଆରଆରଆଇ ଥାନା ଇନ୍ସପେକ୍ଟର ବିଜୟ ଵାରିକ। ଇନିସପେକ୍ଟର ବିଜୟ ବାରିକଙ୍କ ବିଭିନ୍ନ ଠିକଣାରେ ଚାଲିଛି ଚଢାଉ। ଭୁବନେଶ୍ୱରରେ ତାଙ୍କର ବିଭିନ୍ନ ଠିକଣାରେ ରେଡ୍ ଚାଲିଛି। ମଦ ବେପାରୀଙ୍କଠୁ ୪୦ ହଜାର ଟଙ୍କା ହାତଗୁଞ୍ଜା ନେବେ ବେଳେ ରାଜମହଲ ଛକରେ ମାଡି ବସିଛି ଭିଜିଲାନ୍ସ ।

ଖବର ଅନୁଯାୟୀ, ପୋଲିସ ଅଫିସର ଶ୍ରୀ ବିଜୟ କୁମାର ବାରିକ ଜଣେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କୁ ବ୍ୟବସାୟ ସୁଚାରୁ ରୂପେ ଚଲାଇବାକୁ ୪୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବା ସହ ତାଙ୍କ ପାଖରୁ ସମସ୍ତ ଟଙ୍କା ଜବତ କରାଯାଇଛି । ଏହି ଘଟଣା ପରେ ଶ୍ରୀ ବାରିକଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଶ୍ରୀ ବାରିକଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ ଦୁଇଟି ସ୍ଥାନରେ ଏକକାଳୀନ ସନ୍ଧାନ ଜାରି ରଖିଛି । ଭୁବନେଶ୍ୱର ୟୁନିଟ୍-୧ରେ ଅବସ୍ଥିତ ଶ୍ରୀ ବାରିକଙ୍କ ସରକାରୀ ଆବାସରେ ଚଢ଼ାଉ ସମୟରେ ପ୍ରାୟ ୫ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । ଲାଞ୍ଚ ନେବା ଓ ଜବତ ହୋଇଥିବା ଟଙ୍କା ସମ୍ପର୍କରେ ଶ୍ରୀ ବାରିକଙ୍କୁ ପଚରାଉଚରା କରାଯାଉଛି । ଘଟଣାର ତଦନ୍ତ ଜାରି ରହିଛି ।












Click it and Unblock the Notifications