Get Updates
Get notified of breaking news, exclusive insights, and must-see stories!

ଉଲ୍ଲେଖନୟ ସେବା ପାଇଁ ୩୪ ଜଣଙ୍କୁ ପୋଲିସ ମେଡାଲ

ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପୋଲିସ ମେଡାଲ ପ୍ରଦାନ ଉତ୍ସବ । କର୍ମ କ୍ଷେତ୍ରରେ ଉଲ୍ଲେଖନୟ ସଫଳତା ପାଇଁ ରାଜ୍ୟର ୩୪ ଜଣ ପୋଲିସଙ୍କୁ ସମ୍ମାନିତ କରାଯାଇଛି ।

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପୋଲିସ ମେଡାଲ ପ୍ରଦାନ ଉତ୍ସବ । କର୍ମ କ୍ଷେତ୍ରରେ ଉଲ୍ଲେଖନୟ ସଫଳତା ପାଇଁ ରାଜ୍ୟର ୩୪ ଜଣ ପୋଲିସଙ୍କୁ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ।

Police Medal

ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରିଟି ୱିଙ୍ଗ ଏସପି ସରୋଜ କୁମାର ମହାପାତ୍ର। ସେହିଭଳି ସାହାସିକତା ପାଇଁ ଦୁଇ ଜଣ SOG କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଛି ।

ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି । ସେମାନେ ହେଲେ ଭିଜିଲାନ୍ସ ଅତିରିକ୍ତ ଏସପି ପ୍ରକାଶ କୁମାର ନାୟକ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଡିଏସପି ଗୁରୁ ପ୍ରସାଦ ଶିବ ଶଙ୍କର ନନ୍ଦ, ରାଉରକେଲା ଡିଏସପି ବନିତା ମାଝୀ , କ୍ରାଇମବ୍ରାଞ୍ଚ ଏସଆଇ ଏନ. ତ୍ରିନାଥ ଦୋରା, ସମ୍ବଲପୁର ସ୍ପେଶାଲ ସ୍କ୍ବାଡ ଏଏସଆଇ ମହମ୍ମଦ ଜାହାଙ୍ଗୀର , ଝାରସୁଗୁଡା ବାଟାଲିୟନ ହାବିଲଦାର ବିଷ୍ଣୁ କୁମାର ବୁରା, ଅନୁଗୁଳର ହାବିଲଦାର ହୃଷିକେଶ ବାରିକ, କୋରାପୁଟ ଏସଓଜିର ବସନ୍ତ କୁମାର ଡାକୁଆ, ରାଉରକେଲା ଡିଏଫଏସ୍ଏଲର କନଷ୍ଟେବଲ ଅଞ୍ଜନ ମହାନ୍ତି ଓ କୋରାପୁଟ ତୃତୀୟ ବାଟାଲିୟନର ପ୍ରଶାନ୍ତ ପରିଡା। ୭ଟି କାଟାଗୋରୀରେ ୨୦ ଜଣଙ୍କୁ ରାଜ୍ୟପାଳ ମେଡାଲ ମଧ୍ୟ ପ୍ରଦାନ ।

ସେହିଭଳି ଓଡିଶା ସରକାରଙ୍କ ଆବାସିକ କମିଶନର ରବିକାନ୍ତ ଓ ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଲଙ୍କୁ ମିଳିଛି ରାଜ୍ୟପାଳ ମେଡାଲ ।କ୍ୟାଟାଗୋରୀ ୨ରେ ପାଇଛନ୍ତି ପୁରୀ ଏସପି କନୱାର ବିଶାଲ ସିଂ ଓ କଟକ ଷଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ବିଜୟ ଚନ୍ଦ୍ର ପ୍ରଧାନ । ସେହିଭଳି କଟକ ଜୋନ ଏସିପିଙ୍କ ସହ ଅନ୍ୟମାନଙ୍କୁ ରାଜ୍ୟପାଳ ପୋଲିସ ମେଡାଲରେ ସମ୍ମାନିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+