ପୋଲିସ-ମାଓବାଦୀ ଗୁଳି ବିନିମୟ; ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ

ମାଲକାନଗିରି: ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ । ଛତିଶଗଡ଼ କାଙ୍କେର କୋଇଲିବେଡା ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଛି । ସର୍ଚ୍ଚ ଅପରରେସନ ବେଳେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତୀ । ସର୍ଚ୍ଚ ଅପରେସନ ଜାରି ରହିଛି ।

Police-Maoist shootout

କାଙ୍କେର ଜିଲ୍ଲା କୋଇଲିବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ପାଇ ସିଆରପିଏଫ୍ ଏବଂ କାଙ୍କେର ପୁଲିସ୍ ମିଳିତ ଅପରେସନ୍‌ରେ ଯାଇଥିଲେ। ଏବଂ କୋଇଲିବେଡା ଜଙ୍ଗଲରେ ପୁଲିସ୍- ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ପ୍ରାୟ ଦୁଇ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଏହାପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ୍‌ ସର୍ଚ୍ଚ ଅପରେସନ୍ ବେଳେ ୩ ମାଓବାଦୀଙ୍କର ମୃତଦେହ ଉଦ୍ଧାର କରିଛି ।

ଘଟଣାସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ୍ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ସୂଚନା ଯୋଗ୍ୟ, ୨ଟି ବନ୍ଧୁକ ସହ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି । କୋଇଲିବେଡ଼ା ହୁରତରାଇ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମାଓବାଦୀ ଏବଂ ଯବାନ ମୁହାଁମୁହିଁ ହୋଇଛନ୍ତି । ଏଥିରେ ୩ ଜଣ ମାଓବାଦୀ ନିପାତ ନେଇ କାଙ୍କେର ଏସପି ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+