ବୌଦ୍ଧରେ ପୋଲିସ-ମାଓବାଦୀ ଗୁଳି ବିନିମୟ
ବୌଦ୍ଧ: ପୋଲିସର ସର୍ଚ୍ଚ ଅପରେସନ ବେଳେ ଗୁଳି ବିନିମୟ । ପୁଣି ବୌଦ୍ଧରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ । ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଗୋଟିଏ ମାଓ କ୍ୟାମ୍ପ ଧ୍ୱଂସ, ଛତ୍ରଭଙ୍ଗ ଦେଇଥିଲେ ୨୫ରୁ ୩୦ ମାଓବାଦୀ । ହେଲେ ଲ୍ୟାଣ୍ତମାଇନ୍, ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମାଗ୍ରୀ ଜବତ କରାଯାଇଛି ।
ସୂଚନା ଅନୁସାରେ, ପୋଲିସ ସର୍ଚ୍ଚ ଅପରେସନ ବେଳେ ଏପରି ଘଟଣା ଘଟିଥିଲା । ମାଓବାଦୀ-ପୋଲିସ ପଧ୍ୟରେ ଗୁଳି ବିନିମୟ ପରେ ୨୫ ରୁ ୩୦ ଜଣ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ । ହେଲେ ବନ୍ଧୁକ, ଲ୍ୟାଣ୍ତମାଇନ ସହ ବହୁ ବିସ୍ଫୋରକ ସାମାଗ୍ରୀ ପୋଲିସ ଜବତ କରିଛି ।

ଏହାପୂର୍ବରୁ ମଧ୍ୟ ପୋଲିସ-ମାଓବାଦୀ ମଧ୍ୟରେ ଗିଳି ବିନିମୟ ହୋଇଥିଲା । ମନମୁଣ୍ତା ଥାନା ଶଗଡ଼ା ଫାଣ୍ତି ଅନ୍ତର୍ଗତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗିଳି ବିନିମୟ ହୋଇଥିଲା । ପ୍ରାୟ ଦେଢ ଘଣ୍ଟା ଧରି ଉଭୟ ପକ୍ଷରୁ ଗିଳି ବିନିମୟ ହୋଇଥିଲା ।












Click it and Unblock the Notifications