ପୋଲିସ୍‌-ମାଓବାଦୀ ଗୁଳି ବିନିମୟ: ୬ ମାସର ଶିଶୁକନ୍ୟାର ମୃତ୍ୟୁ, ୨ DRG ଯବାନ ଗୁରୁତର

ନୂଆବର୍ଷ ଆରମ୍ଭରୁ ପୋଲିସ୍‌-ମାଓବାଦୀ ଗୁଳି ବିନିମୟ । ଓଡ଼ିଶା ସୀମା ଛତିଶଗଡ଼ର ବିଜାପୁର ଜିଲ୍ଲା ମୁତୱାଣ୍ଡିରେରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟ ବେଳେ ଜଣେ ୬ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମୃତ ଶିଶୁକନ୍ୟାର ମା'ଙ୍କ ହାତରେ ମଧ୍ୟ ଗୁଳି ବାଜିଛି ।

ଗୁଳି ବିନିମୟରେ ୨ DRG ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ୨ ଯବାନ ଓ ମହିଳା ଜଣଙ୍କ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନ୍‌କାଉଣ୍ଟରରେ ଭୈରମଗଡ଼ ଏରିଆ କମିଟି ସଚିବ ଚନ୍ଦ୍ରନ୍ନା ଗୁରୁତର ହୋଇଥିବା ସୂଚନା ମିଳିଛି ।

କିଛି ଦିନ ତଳେ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ନକ୍ସଲ ନିପାତ ହୋଇଥିଲେ । ଛତିଶଗଡ଼ର ଦାନ୍ତେୱାଡର ଟୁମକାପାଲ ଓ ଡାବା କୁନ୍ନା ଗାଁ ମଧ୍ୟରେ ଏହା ଘଟିଥିଲା ।

Police Maoist shootout

ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ ସୋଲର୍ ମୋବାଇଲ ଟାୱାର

ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ ସୋଲର୍ ମୋବାଇଲ ଟାୱାର । ଯେଉଁଥିପାଇଁ ମାଓ ପ୍ରଭାବିତ ଅଞ୍ଚଳରେ ନିର୍ମାଣ ହେଉଛି ୨ଟି ସୋଲାର୍ ମୋବାଇଲ୍ ଟାୱାର । ଯାହା ଫଳରେ ସୁରକ୍ଷାବାହିନୀଙ୍କ ସହ ଅତି ସହଜରେ ଯୋଗଯୋଗ କରିହେବ । ଏହି ଟାୱାର ହେବା ଦ୍ୱାରା ମାଓବାଦୀ ଗତିବିଧିକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲ ଆଶା କରାଯାଉଛି ।

ସୂଚନା ଅନୁସାରେ, ଓଡ଼ିଶା ଓ ଝାଡ଼ଖଣ୍ତରେ ଗତ କିଛି ଦିନ ହେବ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଗତ ଏକମାସ ହେବ ସିଆରପିଏଫ୍ ଯବାନମାନେ ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।

ତେବେ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ୍ ଅନ୍ତର୍ଗତ ମାଓବାଦୀ ପ୍ରଭାବିତ ରାମଲୋଇ, ଚିରୁବେଡ଼ା ଏବଂ ହରିହରପୁର ଗାଁରେ ସରକାରଙ୍କ ପକ୍ଷରୁ ମୋହାଇଲ୍ ଟାୱାର ନିର୍ମାଣ କରାଯାଉଛି । ଏହି ଅଞ୍ଚଳରେ ମୋଟ୍ ୨ଟି ଟାୱାର ନିର୍ମାଣ କରାଯାଉଛି । ତେବେ ଖୁବ୍ ଶୀଘ୍ର ଟାୱର କାର୍ଯ୍ୟ ଶେଷ ହେବା ସହ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ରହିଛି, ଏହାପରେ ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇ ପାରିବ ଯେଉଁଥି ପାଇଁ ଗାଁ ଲୋକେ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+