ପୋଲିସକୁ ତୀରମାଡ,ଡାକ୍ତରଖାନାରେ ଭର୍ତ୍ତି ହେଲେ ଥାନା ଅଧିକାରୀ
ବଣାଇ : ସୁନ୍ଦରଗଡ ଜିଲା ବଣାଇ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଲିସକୁ ହୋଇଛି ତୀରମାଡ। ତୀରମାଡରେ ଗୁରୁତର ହୋଇ ଥାନାବାବୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଯାହା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକଙ୍କ ତୀରମାଡରେ ମହୁଲପଦା ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ ଜଣେ ମାନସିକ ଅନଗ୍ରସର ଯୁବକ ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକର ଅଧୀନ ବଡଜଲ ବିଦ୍ୟାଳୟକୁ ମୋର ବୋଲଇ କହି ଛାତ ଉପରେ ବସିଥିଲା। ଏ ସଂପର୍କିତ ସୂଚନା ପାଇ ମହୁଲପଦା ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଥିଲେ।

ତେବେ ପୁଲିସକୁ ଦେଖି ଯୁବକ ଜଣକ ଛାତ ଉପରୁ ତୀରମାଡ଼ କରିଥିଲା। ମହୁଲପଦା ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ହାତ ପାପୁଲିରେ ତୀର ବାଜିଥିଲା। ତୀରମାଡ଼ ପରେ ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।












Click it and Unblock the Notifications