ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ

ବୌଦ୍ଧ: ଟ୍ରକରେ ଚାଲଣ ହେଉଥିଲା ବିପୁଳ ପରିମାଣର ଗଞ୍ଜେଇ । ମାଡ଼ିବସିଲା ପୋଲିସ । ବୌଦ୍ଧରୁ ମହାରାଷ୍ଟ୍ରକୁ ଟ୍ରକ୍ ଯୋଗେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇକୁ ଶୁକ୍ରବାର ଜବତ କରାଯାଇଛି । ଏହି ଘଟଣାରେ ଟ୍ରକ୍‌ର ଚାଳକ ମହାରାଷ୍ଟ୍ର ନାଗପୁରର ଆଜାତ ସରଫରାଜ ଖାନ୍ ଓ ହେଲ୍‌ପରଙ୍କୁ ସିଦ୍ଧନାଥ ରାମ ମିଳନ ଯାଦବଙ୍କୁ ଗିରଫ କରାଯାଇଛି ।

ganjei

ଏନେଇ ବୌଦ୍ଧ ଆଦର୍ଶ ଥାନାରେ ଏସ୍‌ପି ରାଜ ପ୍ରସାଦ ସାମ୍ବାଦିକମାନଙ୍କୁ ଦେଇଥିବା ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଏକ ଟ୍ରକ୍ ଯୋଗେ ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା । ସଂଗେ ସଂଗେ ବୌଦ୍ଧ ବ୍ରିଜ ଛକ ନିକଟରେ ପୁଲିସ ଉକ୍ତ ଟ୍ରକ୍‌କୁ କାବୁ କରିଥିଲା । ଟ୍ରକ୍‌ରୁ ମୋଟ ୧୦ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ମିଳିଥିଲା । ଜବତ ଟ୍ରକ୍ ଓ ଗଞ୍ଜେଇକୁ ଥାନାକୁ ଅଣାଯାଇଥିଲା । ସେହିପରି ଦୁଇ ଅଭିଯୁକ୍ତଙ୍କ ନିକଟରୁ ନଗଦ ୧୮ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଥିଲା । ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+