ମୃତ ତୃତୀୟ ବ୍ୟକ୍ତିଙ୍କ DNA ରିପୋର୍ଟ ପାଇଲା ପୋଲିସ; ରିପୋର୍ଟରୁ ମୃତକ ଦିଲ୍ଲୀପ ସାମନ୍ତରାୟଙ୍କ ସ୍ପଷ୍ଟ
ସାମ୍ନାକୁ ଆସିଲା DNA ରିପୋର୍ଟ । ମୃତ ତୃତୀୟ ବ୍ୟକ୍ତିଙ୍କ DNA ରିପୋର୍ଟ ପାଇଲା ପୋଲିସ । DNA ରିପୋର୍ଟରୁ ମୃତକ ଦିଲ୍ଲୀପ ସାମନ୍ତରାୟଙ୍କ ସ୍ପଷ୍ଟ ହୋଇଛି । ପରିଚୟ ସ୍ପଷ୍ଟ ପରେ ଏବେ ପରିବାର ଲୋକଙ୍କୁ ଦିଆଯିବ ମୃତଦେହ । DNA ରିପୋର୍ଟ ନେଇ ଏଡିସିପି ପ୍ରକାଶ ପାଲ୍ ସୂଚନା ଦେଇଛନ୍ତି ।
ମୃତକଙ୍କ ପରିଚୟ ଦ୍ୱନ୍ଦ୍ୱ ପରେ DNA ଟେଷ୍ଟ ପାଇଁ ପଠାଯାଇଥିଲା । ଦିଲୀପ ସାମନ୍ତରାୟଙ୍କ ମା'ଙ୍କ ସାମ୍ପଲ ନେଇଥିଲା ପୋଲିସ । ଏସିରେ ଗ୍ୟାସ୍ ଭର୍ତ୍ତି ବେଳେ ବିସ୍ଫୋରଣ ଘଟି ୪ଜଣ ଗୁରୁତର ହୋଇଥିଲେ ।
ହାଇଟେକ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧ ପାଇଛି । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ଗତ ଡିସେମ୍ବର ୨୯ ତାରିଖ ସନ୍ଧ୍ୟାରେ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡରର ମରାମତି କାମ ଚାଲିଥିବା ବେଳେ ଫାଟି ଯାଇଥିଲା ଅକ୍ସିଜେନ୍ ସିଲିଣ୍ଡର ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୪ ଜଣଙ୍କ ଗୁରୁତର ଆହତ ହୋଇପଡିଥିଲେ ।

ଗୁରୁତର ଅବସ୍ଥାରେ ଦିଲ୍ଲୀପ ସାମନ୍ତରାୟ ମୃତ ହୋଇଥିଲା । ଛଅ ତାରିଖ ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ଦିଲ୍ଲୀପ ଆଖି ବୁଜିଥିଲେ । ମୃତ୍ୟୁ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ DNA ଟେଷ୍ଟ ପାଇଁ ଦାବି ହୋଇଥିଲା । ଦିଲୀପ ସାମନ୍ତରାୟଙ୍କ ମା'ଙ୍କ ସାମ୍ପଲ ନେଇଥିଲା ପୋଲିସ ।
ଜଟଣି ବଅଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟ ୨ ବର୍ଷ ତଳେ ବିବାହ କରିଥିଲେ । ତାଙ୍କ ବିୟୋଗ ଖବର ପାଇଁ ନୂଆବର୍ଷ ଦିନ ଆତ୍ମହତ୍ୟା କରିଦେଇଥିଲେ ତାଙ୍କ ନବବିବାହିତା ପତ୍ନୀ ସୋନା ସାମନ୍ତରାୟ । ଆସନ୍ତା ଶନିବାର ଉଭୟଙ୍କ ଶୁଦ୍ଧିକ୍ରିୟା ପାଇଁ ପ୍ରସ୍ତୁତି ଚାଲିଥିଲା ଏବଂ ଦଶାହ କର୍ମପାଇଁ ଗଙ୍ଗା କାର୍ଡ ଛପା ସରିଥିଲା । ହେଲେ ଦିଲ୍ଲୀପ ଜୀବିତ ବୋଲି କହିବା ପରେ, ତାଙ୍କ ପରିବାର ଲୋକେ ଯାହାର ମୃତଦେହ ଅନ୍ତିମ ସଂସ୍କାର କଲେ, ତାହା କାହାର ବୋଲି ସନ୍ଦେହରେ ଥିଲେ ।












Click it and Unblock the Notifications