ଅନୁଗୁଳରେ ପୋଲିସର ଏନକାଉଣ୍ଟର
ଅନୁଗୁଳରେ ପୋଲିସର ଏନକାଉଣ୍ଟର । ଅନୁଗୁଳ ଟାଉନ ଥାନା କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚାଠାରେ ନିକଟରେ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଗୁରୁତର ଆହତ ହୋଇଛି । ଅପରାଧି କ୍ଷୀରୋଦ ନାୟକର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ନେଇ ସୂଚନା, ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି ।

ସୂଚନା ଅନୁସାରେ, ଗତ ବିଳମ୍ବିତ ରାତିରେ ଛେଣ୍ଡିପଦା ପୋଲିସ କ୍ଷୀରୋଦ ନାୟକକୁ ଧରିବା ପାଇଁ ଚେଷ୍ଟା କରୁଥିବା ବେଳେ ଅପରାଧି କ୍ଷୀରୋଦ ହନୁମାନ ବାଟିକା ଆମ୍ବ ବଗିଚାକୁ କ୍ଷୀରୋଦ ପଶି ଯାଇଥିଲା । ପ୍ରଥମେ କ୍ଷୀରୋଦ ପ୍ରଥମେ ପୋଲିସ ଉପରକୁ ୩ଟି ଗୁଳି ଚାଳନା କରିଥିଲା । ଏହାପରେ ପୋଲିସ ପାଲଟା ଜବାବ ଦେଇଥିଲା ଫଳରେ ଗୁରୁତର ହୋଇଥିଲା କ୍ଷୀରୋଦ। କ୍ଷୀରୋଦକୁ ଧରିବା ପାଇଁ ଛେଣ୍ଡିପଦା ପୋଲିସ, ଅନୁଗୋଳ ଟାଉନ ପୋଲିସ ଏବଂ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରିଥିଲେ ।












Click it and Unblock the Notifications