ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍କାଉଣ୍ଟର, ଅଭିଯୁକ୍ତଙ୍କ ନାଁରେ ୨୫ରୁ ଊର୍ଦ୍ଧ୍ବ ମାମଲା ରହିବା ସୂଚନା
ସମ୍ବଲପୁର ଜିଲାରେ ଏକମାସ ବ୍ୟବଧାନରେ ଅପରାଧିଙ୍କୁ ପୋଲିସ ଏନକାଉଣ୍ଟର ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ରଙ୍ଗିଆଟିକରା ଗ୍ରାମର ରାଜରାସ୍ତା ଉପରେ ହୋଇଛି ଏହି ବଡ଼ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଗୋବିନ୍ଦପୁର ଥାନା ବାମରା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ସାର୍ଗିଡିହୀ ଗ୍ରାମର ସୀତାରାମ ଷଡଙ୍ଗୀ(୩୪) ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ସେ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ବାମଗୋଡ଼ ଆଣ୍ଠୁତଳକୁ ଗୁଳିବଦ୍ଧ ହୋଇଥିବାବେଳେ ଭିମସାରରେ ତାଙ୍କର ଚିକିତ୍ସା ଚାଲିଛି।

ସମ୍ବଲପୁର ପୋଲିସରୁ ମିଳିଥିବା ସୂଚନା ଅନୁଯାୟୀ, ଏକାଧିକ ଅପରାଧିକ ମାମଲାର ଜଡିତ ଅଭିଯୁକ୍ତ ସୀତାରାମ ସନ୍ଧାନରେ ପୋଲିସ ରହିଥିଲା। ତେବେ ତାଙ୍କ ବିରୋଧରେ ଗୋବିନ୍ଦପୁର ଥାନା କେସ ନମ୍ବର ୪୬/୨୫ରେ ଭାରତୀୟ ନ୍ୟାୟ ସଂହିତା ଦଫା ୩୧୦(୨) ଓ ଅସ୍ତ୍ରଶସ୍ତ୍ର ଆଇନରେ ରୁଜୁ ମାମଲାରେ ପୋଲିସ ତାଙ୍କ ଧରିବା ପାଇଁ ଯାଇଥିଲା। ଘଟଣା ଏମିତି ଥିଲା କି, ଭୋର ସାଢେ ୫ଟାରେ ବାଇକ୍ରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଉପରକୁ ଗୁଳି ଚଲାଇ ଥିଲେ। ତେବେ ପୋଲିସର ପାଲଟା ଗୁଳି ଚାଳନାରେ ସେ ଗୁରୁତର ଆହତ ହୋଇ ବାଇକରୁ ପଡ଼ିଯାଇଥିଲେ। ପୋଲିସର ତାଙ୍କୁ ଗୁଳିବିଦ୍ଧ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୁଚିଣ୍ଡା ଉପଖଣ୍ଡ ଚିତ୍ସାଳୟରେ ଚିକିତ୍ସା କରାଇଥିଲା। ଏହାବାଦ ତାଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି।












Click it and Unblock the Notifications