ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ

ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ପୋଲିସ ପୋଲିସ ମହାନିର୍ଦ୍ଦେଶକ ୱାୟୀ. ବି. ଖୁରାନିଆ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।ଶୁକ୍ରବାର ଅପରାହ୍ନରେ ଓଡ଼ିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଯୋଗେଶ ବାହାଦୁର ଖୁରାନିଆ,ଆଇ.ପି.ଏସ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେଅନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

Mohan Charan Majhi

ଡିଜିପି ଖୁରାନିଆ ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀଗଣ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ।ପରେ ତାଙ୍କୁ "ଗାର୍ଡ ଅଫ୍ ଅନର" ପ୍ରଦାନ କରାଯାଇଥିଲା । ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଡିଜିପି ଖୁରାନିଆ କହିଥିଲେ ଯେ, ଓଡିଶା ପୋଲିସର ସ୍ଵତନ୍ତ୍ର ଗରିମା ଏବଂ ଗୌରବ ରହିଛି । ପୋଲିସର ମୁଖିଆ ଭାବେ ଦାୟିତ୍ଵ ଗ୍ରହଣ କରି ନିଜକୁ ଗୌରବାନ୍ଵିତ ମନେ କରିବା ସହ ରାଜ୍ୟବାସୀଙ୍କୁ ଉନ୍ନତ ମାନର ପୋଲିସ ସେବା ଯୋଗାଇବା ସବୁଠୁ ବଡ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଆହ୍ଵାନ କ୍ରମେ,ଥାନାରେ କାର୍ଯ୍ୟରତ କର୍ମଚାରୀ ଏବଂଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଉପରେ ସେ ଗୁରୁତ୍ଵାରୋପ କରାଯିବ ବୋଲି ଡିଜିପି କହିଥିଲେ । ବିଗତ ଦିନରେ ଓଡିଶା ପୋଲିସ ମାଓବାଦୀ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି କହିବା ସହ ଲଢେଇରେ ଶହୀଦ ଯବାନ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା,ଅପରାଧ ଦମନ, ଅପରାଧ ନିରାକରଣ ଉପରେ ଗୁରୁତ୍ଵ ଦିଆଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+