Get Updates
Get notified of breaking news, exclusive insights, and must-see stories!

କୋଭିଡ଼ ସ୍ଥିତି ନେଇ ପୋଲିସ ଡିଜିଙ୍କ ସୂଚନା, ସଂକ୍ରମଣ କମିଛି, ଶେଷ ହୋଇନି ଭୂତାଣୁ

ରାଜ୍ୟରେ କୋଭିଡ଼ ସ୍ଥିତି ନେଇ ପୋଲିସ ଡିଜିପି ଅଭୟଙ୍କ ସୂଚନା । ରାଜ୍ୟରେ କରୋନା ପଜିଟିଭିଟି ହାର କମିଛି । କିଛି ଜିଲ୍ଲାରେ କଟକଣା କୋହଳ କରାଯାଇଛି । ଏବେ ବି କୋଭିଡ୍ ନିୟମର ଅବହେଳା କରନ୍ତୁ ନାହିଁ ବୋଲି ସେ ଅପିଲ କରିଛନ୍ତି ।

ଭୁବନେଶ୍ବର: ରାଜ୍ୟରେ କୋଭିଡ଼ ସ୍ଥିତି ନେଇ ପୋଲିସ ଡିଜିପି ଅଭୟଙ୍କ ସୂଚନା । ରାଜ୍ୟରେ କରୋନା ପଜିଟିଭିଟି ହାର କମିଛି । କିଛି ଜିଲ୍ଲାରେ କଟକଣା କୋହଳ କରାଯାଇଛି । ଏବେ ବି କୋଭିଡ୍ ନିୟମର ଅବହେଳା କରନ୍ତୁ ନାହିଁ ବୋଲି ସେ ଅପିଲ କରିଛନ୍ତି । ଏହା ସହିତ ଦେଶ ତଥା ରାଜ୍ୟରେ ତୃତୀୟ ଲହର ଆସିବା ଆଶଙ୍କା ଥିବାରୁ ଏଥି ପାଇଁ ସଜାଗ ରହିବାକୁ ହେବ ।

Police DG

ପୋଲିସ ଡିଜି ଅଭୟ କହିଛନ୍ତି, 'ସଂକ୍ରମଣ କମିଛି, ହେଲେ ଶେଷ ହୋଇନି ଭୂତାଣୁ, ଏବେବି ସଚେତନତା ଏବଂ ସତର୍କତା ଜରୁରୀ । ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଏଥିପାଇଁ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ । କିନ୍ତୁ ବର୍ତ୍ତମାନ ସୁଦ୍ଧା କରୋନା ବିରୁଦ୍ଧରେ ଲଢେଇ ଶେଷ ହୋଇନାହିଁ । ଆମେ ଏହାକୁ ହାଲକା ଭାବେ ନନେଇ ନିୟମକୁ ଆହୁରି କଡାକଡି ଭୋବ ପାଳନ କରିବାକୁ ହେବ । ଏହା ସହିତ କିଛି ଅମାନିଆ କୋଭିଡ ନିୟମ ମାନୁ ନଥିବା ପୋଲିସ ନଜରକୁ ଆସୁଛି । ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ମୋଟା ଅଙ୍କର ଫାଇନ ମଧ୍ୟ କଟାଯାଉଛି । ତେଣୁ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଅମାନିଆ ନହୋଇ ଅତି ଆବଶ୍ୟକ ଥିଲେ ହିଁ ଘରୁ ବାହାରକୁ ବାହାରନ୍ତୁ ।'

ସେହିପରି ଡିଜି କହିଛନ୍ତି, ଅମାନିଆଙ୍କ ଉପରେ ନଜର ରଖିଛି ପୋଲିସ । ଏପ୍ରିଲ ୧ରୁ ଆଜି ଯାଏଁ ୫ ଲକ୍ଷରୁ ଅଧିକ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିୟମ ଭାଙ୍ଗିଥିବା ଲୋକଙ୍କ ଠାରୁ ୧୬ କୋଟିରୁ ଅଧିକ ଫାଇନ ଆଦାୟ ହେଲାଣି । ୩୯୭୮ ଦୋକାନୀ, ମାର୍କେଟ କମ୍ପେ୍ଲକ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୧୪୮୬ ଜଣଙ୍କୁ ପୋଲିସ ଗିରଫ କରିଛି ବୋଲି ଡିଜିପି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+