୨୦ ଲକ୍ଷ ପାଇଁ ପୋଲିସ କନଷ୍ଟେବଲ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି, ଦୀପକ

୨୦ ଲକ୍ଷ ପାଇଁ ପୋଲିସ କନଷ୍ଟେବଲ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି। ବିଧାନସଭାରେ ମୁଲତବି ଆଲୋଚନାରେ କହିଲେ ଆଇନ ମନ୍ତ୍ରୀ । ଅଭିଯୁକ୍ତ ଦୀପକ ରାଉତଠାରୁ ୨୦ ଲକ୍ଷ ଦାବି କରିଥିଲେ ଶୁଭମିତ୍ରା । ଶୁଭମିତ୍ରା ରୀତି ଅନୁସାରେ ବିବାହ ପାଇଁ ୨୦ ଲକ୍ଷ ଦାବି କରିଥିଲେ । ଦୀପକ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀକୁ ମଧ୍ୟ ହତ୍ୟା କରିଥିଲା। ବୀମା ଅର୍ଥ ପାଇବାକୁ ହତ୍ୟା କରିଥିଲା କହିଲେ ଆଇନ ମନ୍ତ୍ରୀ । ଟ୍ରକ୍ ଦୁର୍ଘଟଣା ରେ ମୃତ୍ୟୁ ହେଲା ବୋଲି ସେତେବେଳେ କୁହାଗଲା ଯେଉଁ ଟ୍ରକ୍ ଦୁର୍ଘଟଣା କରିଥିଲା କୁହାଗଲା, ସେଦିନ ସେହି ଟ୍ରକ୍‌ ରାଉରକେଲାରେ ଥିଲା ।ସେତେବେଳେ କାହା ସରକାର ଥିଲା, ସତ ଲୁଚାଇବାକୁ କିଏ ଚେଷ୍ଟା କରିଥିଲା ।

Deepak

ବହୁଚର୍ଚ୍ଚିତ ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତର ଅଡୁଆ ବଢ଼ିବାକୁ ଯାଉଛି। ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ୨୦୨୨ ମସିହାରେ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ଦୀପକ କହୁଥିଲେ ବି ତାଙ୍କୁ ଯୋଜନାବଦ୍ଧ ‌ହତ୍ୟା ହୋଇଥିବା ନେଇ ଆଜି ଆଇନ ମନ୍ତ୍ରୀ କହିଛନ୍ତି | ବାସ୍ତବରେ ଆଜି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡକୁ ନେଇ ବିଜେଡ଼ି ଦେଇଥିବା ମୁଲତବୀ ପ୍ରସ୍ତାବର ଉତ୍ତର ରଖି ବଡ଼ ଖୁଲାସା କରିଛନ୍ତି ଆଇନ ମନ୍ତ୍ରୀ । ଆଇନ ମନ୍ତ୍ରୀ କହିଛନ୍ତି ଯେ ୨୦୧୮ ମସିହାରେ ଅଭିଯୁକ୍ତ ଦୀପକ ରାଉତ ନିଜ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ୨୦୨୨ ମସିହାରେ ବୀମା ଟଙ୍କା ହଡ଼ପ କରିବାକୁ ପ୍ରଥମ ପତ୍ନୀଙ୍କ ହତ୍ୟାକୁ କରିଥିଲା ଦୀପକ ରାଉତ । ସେତେବେଳେ ତଦନ୍ତ ସମୟରେ ବିଜେଡ଼ି ସରକାର ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+