ବଳଙ୍ଗା ପୀଡ଼ିତାଙ୍କ ବୟାନକୁ ନେଇ ଅଡୁଆରେ ପୋଲିସ; ଭୁବନେଶ୍ବର ଏମ୍ସ ଓ ଦିଲ୍ଲୀ ଏମ୍ସ ବୟାନ ଭିତରେ ଫରକ୍ ସୂଚନା
ବଳଙ୍ଗା ପୀଡ଼ିତାଙ୍କ ବୟାନକୁ ନେଇ ଅଡୁଆରେ ପୋଲିସ। ଭୁବନେଶ୍ବର ଏମ୍ସ ଓ ଦିଲ୍ଲୀ ଏମ୍ସ ବୟାନ ଭିତରେ ଫରକ୍ ସୂଚନା । ପୁଣି ଥରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ହେବ ପୀଡ଼ିତାଙ୍କ ବୟାନ ରେକର୍ଡ । ପୀଡ଼ିତା ସୁସ୍ଥ ହେବା ପରେ ହିଁ ଘଟଣା ଉପରୁ ସସ୍ପେନ୍ସ ଉଠି ପାରିବ ।
ପୀଡିତାଙ୍କ ବୟାନ ରେକର୍ଡ
ଦୁଇଦିନ ତଳେ କ୍ରାଇମବ୍ରାଞ୍ଚର ଜଣେ ଅଫିସର ଓ ବଳଙ୍ଗା ଥାନାର ଜଣେ ମହିଳା ଏସଆଇ ସବିଶେଷ ତଥ୍ୟ ହାସଲ ପାଇଁ ଦିଲ୍ଲୀ ଏମ୍ସ ଯାଇଥିଲେ । ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଥିବା ପୀଡିତାଙ୍କ ବୟାନ ରେକର୍ଡ ପାଇଁ ଡାକ୍ତର ଅନୁମତି ଦେଇଥିଲେ । ପରେ ଏମ୍ସ ଦିଲ୍ଲୀର ଜଣେ ଡାକ୍ତର, ସ୍ଥାନୀୟ ମାଜିଷ୍ଟ୍ରେଟ ଓ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୀଡିତା ବଳଙ୍ଗା ଥାନାର ମହିଳା ଏଏସ୍ଆଇ, କ୍ରାଇମବ୍ରାଞ୍ଚ୍ର ଅଧିକାରୀଙ୍କ ଆଗରେ ନିଜର ବୟାନ ରଖିଛନ୍ତି । ଏନେଇ କ୍ରାଇମବ୍ରାଞ୍ଚ ଅଫିସରଙ୍କ ପକ୍ଷରୁ ଯେଉଁ ତଥ୍ୟ ନେଇ ତନାଘନା କରୁଥିଲେ ସେନେଇ ମଧ୍ୟ ପୀଡିତା କିଛି ଗୁରୁତ୍ଵପୂର୍ଣ୍ଣ ସୁରାକ ଦେଇଛନ୍ତି ।

କ୍ରାଇମ ସ୍ପଟରୁ ରୂପା ମୁଦି
ବଳଙ୍ଗା ଅଞ୍ଚଳର ଘଟଣାସ୍ଥଳରୁ ମିଳିଥିବା ଏକ ରୂପା ମୁଦି ନେଇ କ୍ରାଇମବ୍ରାଞ୍ଚ କିଛି ତଥ୍ୟ ସଂଗ୍ରହ କରିଛି । ଯାହାକୁ ନେଇ ପୂର୍ବରୁ ବଳଙ୍ଗା ଅଞ୍ଚଳର ଏକ ଗହଣା ଦୋକାନୀକୁ ମଧ୍ୟ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏପରିକି ଏହି ମୁଦି ସହିତ ପୀଡିତଙ୍କ କଣ ସଂଯୋଗ ରହିଛି, ସେନେଇ ମଧ୍ୟ କିଛି ତଥ୍ୟ ହାସଲ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ଘଟଣାସ୍ଥଳରୁ ମିଳିଥିବା ସେହି ରୂପା ମୁଦିଟି ପୀଡ଼ିତାଙ୍କ ସାଙ୍ଗର ବୋଲି ଚିହ୍ନଟ କରିଥିଲେ ଗହଣା ଦୋକାନୀ କୁନୁ ସାହୁ । ସେପଟେ ପୁରୀ ପୋଲିସ ମଧ୍ୟ 3 ଜଣ ସ୍ଥାନୀୟ ଯୁବକଙ୍କୁ ସନ୍ଦେହରେ ରଖି ଜେରା କରିଥିଲା । ତେବେ ପୀଡିତା ଦେଇଥିବା ବୟାନ ଓ 3 ଜଣ ଅଟକ ଥିବା ଯୁବକଙ୍କ ପଚରାଉଚରା ପରେ ଏବେ ପୁରୀ ପୋଲିସ ଏହି ଘଟଣାରେ ଶେଷ ନିଷ୍କର୍ଷରେ ପହଞ୍ଚି ପାରିବ ବୋଲି ତଦନ୍ତକରୀ ଟିମ୍ ଏନେଇ ଜୋରସୋରରେ ତଦନ୍ତକୁ ଅଗ୍ରଗତି କରିଛନ୍ତି ।
ଦିଲ୍ଲୀ ଏମ୍ସରେ ଚାଲିଛି ପୀଡିତାଙ୍କ ଚିକିତ୍ସା
ଦିଲ୍ଲୀ ଏମ୍ସରେ ପୀଡିତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କ ବୟାନକୁ କ୍ରାଇମବ୍ରାଞ୍ଚ୍ ଟିମ୍ ଭିଡିଓ ମାଧ୍ୟମରେ ରେକର୍ଡ କରିଛନ୍ତି । କାରଣ ବିଏନସରେ ଭିଡିଓ ପ୍ରମାଣ ଗୁରୁତ୍ବପୂର୍ଣ୍ଣ ରହିଛି । ଯେହେତୁ ଏହି ଘଟଣାରେ ପୀଡିତା ହିଁ ନିଜେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ତେଣୁ ତାଙ୍କ ବୟାନ ଆଧାରରେ ହିଁ ତଦନ୍ତ ଅଗ୍ରଗତି ସହ ଏହି ଘଟଣାର ଦୋଷୀଙ୍କ ବିରୋଧରେ ମୁଖ୍ୟ ସାକ୍ଷୀ ହୋଇପାରିବ । ପୀଡିତାଙ୍କ ବୟାନକୁ ଆଇନ ହିସାବରେ ଯେପରି ରେକର୍ଡ କରାଯିବା କଥା ତାଙ୍କ ଘର ଲୋକ ଓ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆମେ ସମସ୍ତ ପ୍ରକାର ନିୟମରେ ରେକର୍ଡ କରିଥିବା କହିଛନ୍ତି ପୁରୀ ଏସପି ପିନାକ ମିଶ୍ର । ତେବେ ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ସମ୍ପୂର୍ଣ୍ଣ ଘଟଣା ନେଇ ତର୍ଜମା ଚାଲିଛି । ବିଭିନ୍ନ ଦିଗକୁ ନେଇ ବିଚାର ବିମର୍ଶ ହେଉଛି । ଆଗକୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇ ପରେ । ଏନେଇ ସବୁ ଅବଗତ କରାଯିବ ବୋଲି ସେ କହିଛ












Click it and Unblock the Notifications