ଅମାନିଆ ଗାଡି ଚାଳକଙ୍କୁ ମାମୁଁ ପଠାଇବେ ଲଭ ଲେଟର: ସିପି
ଟ୍ରାଫିକ ନିୟମ ଉଲ୍ଲଂଘନକୁ ନେଇ ଆଜି ଏମିତି କହିଛନ୍ତି ଭୁବନେଶ୍ୱର-କଟକର ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ।
ଭୁବନେଶ୍ୱର: ଏଣିକି ଅମାନିଆ ଗାଡି ଚାଳକଙ୍କୁ ମାମୁ ପଠାଇବେ ଲଭ ଲେଟର । ତେଣୁ ଆମ ଲଭ ଲେଟରକୁ ଅପେକ୍ଷା କରନ୍ତୁ ନାହିଁ । ବିନା ଜରିମାନାରେ ଖସିଯିବି ବୋଲି ଭାବୁଥିବା ଲୋକ ୨୦୨୧ରୁ ଆଉ ବର୍ତ୍ତି ପାରିବେ ନାହିଁ । ଟ୍ରାଫିକ ନିୟମ ଉଲ୍ଲଂଘନକୁ ନେଇ ଆଜି ଏମିତି କହିଛନ୍ତି ଭୁବନେଶ୍ୱର-କଟକର ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ରାସ୍ତାରେ ଟ୍ରାଫିକ ନିୟମ ଭାଙ୍ଗିଲେ ରେକର୍ଡ କରୁଛି ସିସିଟିଭି । ବେପରୁଆ ହୋଇ ଗାଡି ଚଲାଇଲେ ସିଧା ଘରେ ପହଞ୍ଚୁଛି ଚାଲାଣ । ସିସିଟିଭି ଦେଖି ପ୍ରତିଦିନ ୩୫୦ଟି ଚାଲାଣ କଟାଯାଉଛି । ଆଗାମୀ ୨ରୁ ୩ ମାସ ମଧ୍ୟରେ ଏ ସଂଖ୍ୟା ଆହୁରି ବଢିବ ବୋଲି କହିଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ। ସେହିପରି ପାଖାପାଖି ଏକ ବର୍ଷ ମଧ୍ୟରେ କଟକ-ଭୁବନେଶ୍ୱରରୁ ୨୫ କୋଟି ଟଙ୍କା ଫାଇନ ଭାବେ ଆଦାୟ କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଦୁର୍ଘଟଣା କାହାକୁ ଜଣାଇ ଆସେ ନାହିଁ। ନିମିଷକେ ଦୁର୍ଘଟଣା ହୋଇ ଯାଏ। ଆଗକୁ ଟ୍ରାଫିକ୍ ନିୟମ ମାନିବାକୁ କଡ଼ାକଡ଼ି କରି ଦିଆଯିବ। ତଥାପି ଲୋକଙ୍କ ମନରେ ଚେତା ପଶୁ ନାହିଁ। ଅପେକ୍ଷା କରିଛନ୍ତି ମୋତେ କେଉଁଦିନ ମାମୁ ଧରିବ ପ୍ରେମ ପତ୍ରଟିଏ ଦେବ। ତେଣୁ ଆମ ଲଭ ଲେଟରକୁ ଅପେକ୍ଷା କରନ୍ତୁ ନାହିଁ ବୋଲି କହିଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ।












Click it and Unblock the Notifications