ଡି ବ୍ରଦର୍ସଙ୍କ ଗୁପ୍ତ ଚାମ୍ବରରେ ରଖାଯାଇଥିଲା ୧୬ ବନ୍ଧୁକ: ପୋଲିସ କମିସନର
ମାମଲାରେ ୮ ଜଣ ଗିରଫ ହୋଇଛନ୍ତି। ୧୬ଟି ବନ୍ଧୁକ ଜବତ ହୋଇଛି। ୧୦୯୫ଟି ଗୁଳି ମଧ୍ୟ ଜବତ କରିଛି କମିସନରେଟ ପୋଲିସ ବୋଲି କହିଛନ୍ତି ପୋଲିସ କମିଶନର ।
ଭୁବନେଶ୍ୱର: ଗତକାଲି ରାତିରେ ଡି ବ୍ରଦର୍ସଙ୍କ ସିଡିଏ ସ୍ଥିତ ବାସଭବନ ଉପରେ ଚଢାଉ କରିଥିଲା କଟକ କମିଶନରେଟ ପୋଲିସ । ଏନେଇ ଆଜି ମାମଲା ସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଡକ୍ଟର ସାଧାଂଶୁ ଷଡଙ୍ଗୀ।

ମାମଲାରେ ୮ ଜଣ ଗିରଫ ହୋଇଛନ୍ତି। ୧୬ଟି ବନ୍ଧୁକ ଜବତ ହୋଇଛି। ୧୦୯୫ଟି ଗୁଳି ମଧ୍ୟ ଜବତ କରିଛି କମିସନରେଟ ପୋଲିସ ବୋଲି କହିଛନ୍ତି ପୋଲିସ କମିଶନର । ତେବେ ବନ୍ଧୁକ ଓ ଗୁଳିଗୋଳା ଡି ବ୍ରଦର୍ସଙ୍କ ଗୁପ୍ତ ଚାମ୍ବରରେ ରଖାଯାଇଥିଲା ବୋଲି ପୋଲିସ କମିଶନର କହିଛନ୍ତି । ଏହାର ଅଧିକ ଖୋଳତାଡ଼ କରିବା ପାଇଁ ଡି ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ।
ପୋଲିସ କମିଶନରଙ୍କ କହିବା ଅନୁସାରେ, ୨୦୧୬ ମସିହାରେ ଧଳ ସାମନ୍ତ ବ୍ରଦର୍ସ ଗିରଫ ହୋଇଥିଲେ। ତାଙ୍କ ସହ ପ୍ରକାଶ ବେହେରା ନାମକ ଜଣେ ଅଭିଯୁକ୍ତ ଗିରଫ ହୋଇଥିଲେ। ପରେ ସେ ବେଲ୍ରେ ଆସିଥିଲେ। ବେଲ୍ରେ ଆସିବା ପରେ ସେ ବନ୍ଧୁକ ବେପାର କରୁଥିଲେ। ଏ ସମ୍ପର୍କରେ ଜାଣିପାରି ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ପତି ତାଙ୍କୁ ଗିରଫ କରିଥିଲା। ଏପରିକି ପୁଲିସ ତା'ଠାରୁ ୨ଟି ବନ୍ଧୁକ ଜବତ କରିଥିଲା। ତାଙ୍କୁ ଜେରା ବେଳେ ସରୋଜ ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ନାଁ ଧରିଥିଲା। ଯାହାକୁ ସେ ବନ୍ଧୁକ ଯୋଗାଣ କରୁଥିଲା।"












Click it and Unblock the Notifications