ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍‌, ଶ୍ରୀକ୍ଷେତ୍ର ଜଗିବେ ୨୦୦ ପ୍ଲାଟୁନ୍‌

ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍ । 8 ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ । ଟ୍ରାଫିକ, ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ କଣ୍ଟ୍ରୋଲ ବ୍ୟବସ୍ଥା ରହିବ। ନୂଆ କରି ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ରହିବ । ମୋଟ 275ଟି ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର ।

ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରାଯାଇଛି। ଟ୍ରାଫିକ୍‌, ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ୍‌ କଣ୍ଟ୍ରୋଲ ବ୍ୟବସ୍ଥା କରାଯାଇଛି। ନୂଆ କରି ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା କରାଯାଇଛି।

jagannath rath

ଡିଜିପି କହିଛନ୍ତି, ଶ୍ରୀକ୍ଷେତ୍ର ମୋଟ୍‌ ୨୭୫ଟି ସିସିଟିଭି ନଜରରେ ରହିବ। ଭୁବନେଶ୍ବର ଉପକଣ୍ଠ ଉତ୍ତରା ଠାରୁ ପୁରୀ ଏବଂ ପୁରୀ ଠାରୁରୁ କୋଣାର୍କ ପର୍ଯ୍ୟନ୍ତ ସିସିଟିଭି ଖଞ୍ଜା ଯାଉଛି। ଲାଇଭ୍‌ ଫିଡ୍‌ ଦେଖି ସବୁ କିଛି କଣ୍ଟ୍ରୋଲ ରୁମ୍‌ରୁ କଣ୍ଟ୍ରୋଲ ହେବ। ଟ୍ରାଫିକ୍‌ ପାଇଁ ସ୍ବତନ୍ତ୍ର ପ୍ଲାନ୍‌ ଓ ଆଣ୍ଟି ଡ୍ରୋନ୍‌ ବି କାମ କରିବ। ପ୍ରାୟ ୨ ଶହ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଆକାଶ ମାର୍ଗରୁ ଏରିୟଲ ସର୍ଭେ କରାଯିବ, ତୀକ୍ଷ୍‌ଣ ନଜର ରଖାଯିବ। ଉପକୂଳରେ ତଟରକ୍ଷୀ, ମେରାଇନ ପୁଲିସ ପାଟ୍ରୋଲିଂ କରିବେ। ମୋଟ ୧୦ ହଜାର ପୁଲିସ ଫେଶର୍ସ ଶ୍ରୀକ୍ଷେତ୍ର ସୁରକ୍ଷାରେ ରହିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+