'ନବ ଦାସଙ୍କୁ ଗୁଳି କରିଛନ୍ତି ପୋଲିସ ASI'
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରିଛି ପୋଲିସ । ନବ ଦାସଙ୍କୁ ଗୁଳି ମାରିଛନ୍ତି ପୋଲିସ ଏଏସଆଇ ଗୋପାଳ ଦାସ । ଏନେଇ ସୂଚନା ଦେଲେ ବ୍ରଜରାଜନଗର SDPO ।
ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରିଛି ପୋଲିସ । ନବ ଦାସଙ୍କୁ ଗୁଳି ମାରିଛନ୍ତି ପୋଲିସ ଏଏସଆଇ ଗୋପାଳ ଦାସ । ଏନେଇ ସୂଚନା ଦେଲେ ବ୍ରଜରାଜନଗର SDPO ।

ବ୍ରଜରାଜନଗର ଗାନ୍ଧି ଛକ ପାଣ୍ଡି ନିକଟରେ ଗୁଳିମାଡ଼ ହୋଇଥିବା ସୂଚନା । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ ଗୁଳିମାଡ଼ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ତେବେ ସ୍ବାସ୍ଥ୍ୟବସ୍ଥା ନେଇ କୌଣସି ଅପଡେଟ୍ ମିଳିପାରି ନାହିଁ ।
ଅନ୍ୟପଟେ କଣ ପାଇଁ ପୋଲିସ ଏଏସଆଇ ଗୁଳିମାଡ କରିଛନ୍ତି ସେ ନେଇ ପ୍ରଶ୍ନ ଉଠିଛି ।












Click it and Unblock the Notifications