ଚାକିରି ଦେବା ନାଁରେ ଠକେଇ, ୯ ଜଣଙ୍କୁ ବାନ୍ଧିଲା ପୋଲିସ
ଚାକିରି କରାଇ ଦେବୀ କହି ଏକାଧିକ ଯୁବକ ଓ ଯୁବତୀଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିବା ଅଭିଯୋଗରେ ୯ ଜଣଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି । ପ୍ରାୟ ୨ କୋଟି ଟଙ୍କାର ଏକାଉଣ୍ଟକୁ ଫ୍ରିଜ କରିଛି ପୁଲିସ। ଏହା ସହ ସେମାନଙ୍କ ଠାରୁ ବହୁ ନକଲି ନିଯୁକ୍ତି କାଗଜ ପତ୍ର ଜବତ କରିବା ସହ ପ୍ରାୟ ୨ କୋଟି ଟଙ୍କାର ଆକାଉଣ୍ଟକୁ ଫ୍ରିଜ କରାଯାଇଛି।

ସୂଚନା ଅନୁଯାୟୀୀ, ଜଣେ ଜୈନେକ ଅଭିଯୋଗକାରୀ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଆଉ ତଦନ୍ତ କ୍ରମେ ମୁଖ୍ୟ ଖଳନାୟକ ଜଗଦୀଶ ବେହେରା ସହ ଗ୍ୟାଙ୍ଗର ୯ ଜଣ ଗିରଫ ହୋଇଛନ୍ତି। ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଏମାନେ ବିଭିନ୍ନ ବେସରକାରୀ ଓ ସରକାରୀ ଚାକିରି କରାଇଦେବା ନାଁରେ ଠକାମୀ କରୁଥିଲେ।
ଏପରିକି ସଚିବାଳୟରେ ମଧ୍ୟ ଚାକିରୀ କରାଇବାକୁ କହି ଠକିଥିବା ତଦନ୍ତରୁ ଜଣା ପଡିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଠକେଇ କରିଥିବା ଜଣା ପଡିଛି। ଏହି ଠକେଇ ଗ୍ୟାଙ୍ଗର ଲିଙ୍କ କୋଲକାତା ସହ ରହିଥିବା ତଦନ୍ତରୁ ଜଣା ପଡିଛି।












Click it and Unblock the Notifications