ଚପଲ ପିନ୍ଧି ଶ୍ରୀମନ୍ଦିର ଭିତରକୁ ପ୍ରବେଶ ଉଦ୍ୟମ, ଯୁବକଙ୍କୁ ଅଟକାଇ ଥାନାକୁ ନେଲା ପୋଲିସ୍
ଚପଲପିନ୍ଧି ଶ୍ରୀମନ୍ଦିର ଭିତରେ ପ୍ରବେଶ ଉଦ୍ୟମ କଲେ ଭକ୍ତ । ରାଧାବଲ୍ଲଭ ମଠ ସମ୍ମୁଖ ଗେଟ୍ ଦେଇ ସିଧାସଳଖ ପ୍ରବେଶ କରୁଥିଲେ । ସିଂହଦ୍ୱାର ଆଗେର ଯୁବକଙ୍କୁ ଅଟକାଇ ଥାନାକୁ ନେଲା ପୋଲିସ । ଚପଲ ପିନ୍ଧି ମନ୍ଦିରକୁ ନ ଯିବାକୁ ବାରଣ କରିବାରୁ ଜେଟିପିଙ୍କ ସହିତ ଯୁବକଙ୍କର ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ।

ଗତକାଲ ଶ୍ରୀମନ୍ଦିରରେ ଛେପ ପକାଇବାକୁ ନେଇ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା ଭିତର କାଠ ପାଖରେ ଛେପ ଖଙ୍କାର ପଡ଼ିବାରୁ ମହାସ୍ନାନ। ଅବକାଶ ପୂଜା ସମୟରେ ବଡ଼ ମହାସ୍ନାନ ହେଉଛି।
ବଡ଼ ମହାସ୍ନାନ ଯୋଗୁଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥିଲା। ପାଖାପାଖି ଘଣ୍ଟାଏ ଧରି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। ଏନେଇ ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ।
ପ୍ରତିଦିନ ଜଗନ୍ନାଥଙ୍କ ସ୍ନାନ ନୀତି ହେଉଥିବା ବେଳେ କିଛି ଅଘଟଣ ଘାଟିଲେ ବା ବିଶେଷ ନୀତି ହେଲେ ମହାସ୍ନାନ ହୁଏ । ଜଗନ୍ନାଥଙ୍କ ଏହି ସ୍ନାନ ୬ ପ୍ରକାର । ଯଥା - ମହାସ୍ନାନ, ଛୁଆଁ ମହାସ୍ନାନ, ପର୍ବତିଆ ମହାସ୍ନାନ, ପାହାଡ ଉଠା ମହାସ୍ନାନ, ବଡ଼ ମହାସ୍ନାନ, ଯାତ୍ରାଙ୍ଗୀ ମହାସ୍ନାନ ।












Click it and Unblock the Notifications