ପୋଲିସ୍ ହାତରେ ତିନି ପାହାଡ଼ି ଗ୍ୟାଙ୍ଗ; ୮ ଲୁଟେରା ଗିରଫ

ପାହାଡ଼ି ଗ୍ୟାଙ୍ଗର ୮ ଲୁଟେରା ଗିରଫ । କମିଶନରେଟ ପୁଲିସ ହାତରେ ଧରାପଡ଼ିଛି ତିନି ପାହାଡ଼ି ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ ପୁଲିସ ।

ସବୁ ଡକାୟତ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ମୋ ବସ ଓ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଦୀର୍ଘ ଦିନ ଧରି ଲୁଟପାଟ କରୁଥିଲେ । କଟକ ପୁରୀରୁ ହୋଇଥିବା ଶତାଧିକ ମୋବାଇଲ ଲୁଟରେ ଏମାନେ ସାମିଲ ବୋଲି ଜଣାପଡିଛି ।

କମିଶନରେଟ ପୁଲିସ, ଏହି ପାହାଡି ଗ୍ୟାଙ୍ଗ ଠାରୁ ୨୨ଟି ଫୋନ୍ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି । ଏମାନଙ୍କ ନାଁ ରେ ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ମାମଲା ରହିଛି ।

ମୋବାଇଲ ଲୁଟିବା ପରେ ଏମାନେ ଫୋନ୍ ପେ ଓ ଗୁଗଲ ପେକୁ ହ୍ୟାକ କରି ବ୍ୟାଙ୍କ୍ ଆକାଉଣ୍ଟ ଖାଲି କରିଦେଉଥିଲ। । ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟିଥିବା ନେଇ ତଥ୍ୟ ପାଇଛି ପୁଲିସ। ଲୋକଙ୍କୁ ଲୁଟିବା ପାଇଁ ଝାଡ଼ଖଣ୍ଡରୁ ପାହାଡ଼ି ଗ୍ୟାଙ୍ଗ ଭୁବନେଶ୍ୱର ଆସିଥିଲେ ।

Police arrest

କେବଳ ଓଡିଶା ନୁହେଁ ଏମାନଙ୍କ ନାଁ ରେ ରାଜ୍ୟ ବାହାରେ ମଧ୍ୟ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ସୁଦ୍ଧା ପୋଲିସ ହାତରେ ୮ ଜଣ ଲୁଟେରା ଧରା ପଡିଥିବାବେଳେ, ଅନ୍ୟମାନଙ୍କୁ ଧରିବା ନେଇ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଏହି ପାହଡ଼ି ଗ୍ୟାଙ୍ଗର ଡ଼କାୟତମାନେ ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ରହୁଥିଲେ । ସମୟ ସୁବିଧା ଦେଖି ଭିନ୍ନଭିନ୍ନ ଉପାୟ ଅବଲମ୍ବନ କରି ଲୁଟ୍ କରୁଥିଲେ । ଏହି ଗ୍ୟାଙ୍ଗ ବିଷେଶ କରି ମୋ ବସ ଏବଂ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ସ୍ଥାନରେ ଦୀର୍ଘ ଦିନ ଧରି ଟଙ୍କା ଓ ମୋବାଇଲ ଲୁଟ କରୁଥିଲେ । ଏମାନଙ୍କ ନାଁରେ ରାଜ୍ୟ ଓ ରାଜ୍ୟ ବାହାରେ ପୁଳା ପୁଳା ମାମଲା ରହିଛି । ଗ୍ୟାଙ୍ଗରେ ଥିବା ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୋଲିସର ଛାନଭିନ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+